ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବାତ୍ୟା ‘ଜୱାଦ’ ସଂପର୍କରେ ଆସିଲା ନୂଆ ତଥ୍ୟ

0

ଭୁବନେଶ୍ବର: ସମୂଦ୍ର ଭିତରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ‘ଜୱାଦ’। ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା। ହେଲେ ସେତେବେଳକୁ ତାର ତେଜ କମିଯାଇଥିବ। ପୂର୍ବାପେକ୍ଷା ଯଥେଷ୍ଟ କମ୍। ଏହା ଭୀଷଣ ରୂପ ନେଇପାରିବ ନାହିଁ। ବରଂ ସାମୁଦ୍ରିକ ବାତ୍ୟା ହିସାବରେ ତାର ପ୍ରକୋପ ସୀମିତ ରହିବ। ବର୍ଷା ବି ସେମିତି ହେବନାହିଁ, ପୂର୍ବରୁ ଯେମିତି ଆକଳନ କରାଯାଇଥିଲା। ଏବେ ପୁରୀରୁ ୪୩୦ କିଲୋମିଟର ଦୂରରେ ରହିଥିବା ବେଳେ ଗୋପାଳପୁରଠୁ ୩୬୦ ଓ ପାରାଦୀପରୁ ୫୧୦ କିଲୋମିଟର ଦୂରରେ ରହିଛି ବାତ୍ୟା। ଗତ ୬ ଘଣ୍ଟା ହେଲା ୬ କିମି ବେଗରେ ଗତି କରୁଛି ବାତ୍ୟା ଜୱାଦ। ଏହାର ପ୍ରଭାବରେ କିନ୍ତୁ ବର୍ଷା ଆରମ୍ଭ ହୋଇଗଲାଣି। ପାରାଦୀପରେ ସର୍ବାଧିକ ୬୨ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀ ଜିଲ୍ଲାରେ ବି ବର୍ଷା ଜାରି ରହିଛି। ଆଉ କିଛି ସମୟ ପରେ ଏହା ଦିହ ବଦଳାଇବ।

ବାତ୍ୟା ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ,ଗଜପତି,ପୁରୀ,ଜଗତସିଂହପୁରରେ ପ୍ରବଳ ବର୍ଷିବ। ବାତ୍ୟା ପ୍ରଭାବରେ ଗତକାଲିଠୁ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଛି। ପାଗ ମଧ୍ୟ କୋହଲା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୫ରୁ ୭୫
କିଲୋମିଟର ରହିବ ଏବଂ ଏହା ୯୫ କିଲୋମିଟର ଯାଇପାରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ଜୱାଦ ୬ କିମି ବେଗରେ ଗତି କରୁଥିବା ବେଳେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ -ଦକ୍ଷିଣ ଓଡିଶା ଉପକୂଳରୁ ପଶ୍ଚିମବଙ୍ଗ ବେଳାଭୂମିରେ ପହଞ୍ଚିବ। ଉତ୍ତର- ପୂର୍ବ
ଦିଗକୁ ପୂନର୍ବାର ଫେରିଆସିବ। ଓଡିଶା ଉପକୂଳ ଦେଇ ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ନିକଟରେ ପହଞ୍ଚିବ ଓ ଦୁର୍ବଳ ହୋଇଯିବ।

ତେବେ ବାତ୍ୟା ‘ଜୱାଦ’ପ୍ରଭାବରେ ସମୂଦ୍ର ଅଶାନ୍ତ ରହିବ। ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି। ଅମାବାସ୍ୟା ରହିଥିବାରୁ ଜୁଆରିଆ ରହିବ ସମୁଦ୍ର। ଜୁଆର ଯୋଗୁଁ ଉପକୂଳବବର୍ତ୍ତୀ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ପୁରୀରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ବାତ୍ୟା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜିଲ୍ଲାରେ ଥିବା ୧୭୦ଟି ବହୁମୂଖୀ ବାତ୍ୟା ଓ ବନ୍ୟା ଓ ପ୍ରାୟ ୪୦୦ଟି ସ୍କୁଲ ଓ କମ୍ୟୁନିଟି ହଲରେ
ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ଏହା ସହ ୨୦ ଜଣିଆ ଓଡ୍ରାଫ, ୩୨ଜଣିଆ ଏନଡିଆରଏଫ ଓ ୬ଟି ଅଗ୍ନିଶମ ଦଳ ଜିଲ୍ଲାରେ ପହଞ୍ଚିଛନ୍ତି। ସମୂଦ୍ର ଅଶାନ୍ତ ରହିବ ତେଣୁ ମତ୍ସଜୀବୀଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ନୋଡାଲ ଅଫିସର ନିୟୋଜିତ ହେବା ସହ କୋଭିଡ ଗାଇଡଲାଇନ ପାଇଁ ମାସ୍କ,ସାନିଟାଇଜର,ମେଡିସନ ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.