ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜି ଦିଲ୍ଲୀ ଆସିବ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

0

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ମୃତହେଦ ଆଜି ଦିଲ୍ଲୀ ଅଣାଯିବ। ତାଙ୍କ ପତ୍ନୀ ମଧୁଲିକାଙ୍କ ମୃତଦେହ ବି ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ। ଉଭୟଙ୍କ ପାର୍ଥିବ ଶରୀରରକୁ ବିମାନବନ୍ଦରରୁ ବାସଭବନ ନିଆଯିବ। ଆସନ୍ତାକାଲି ଦିଲ୍ଲୀ କ୍ୟାଣ୍ଟେନମେଣ୍ଟରେ ଅନ୍ତିମ ସଂସ୍କାର କରାଯିବାର ଯୋଜନା ରହିଛି। ଏପଟେ ଉତ୍ତରାଖଣ୍ଡରେ ରାଜ୍ୟ ସରକାର ୩ ଦିନ ପାଇଁ ରାଜକୀୟ ଶୋକ ଘୋଷଣା କରିଛନ୍ତି।

ସିଡିଏସ ବିପିନ ରାୱତଙ୍କ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟା ସୁଦ୍ଧା ସୈନ୍ୟ ବିମାନରେ ଦିଲ୍ଲୀରେ ପହଞ୍ଚିବ। ଶୁକ୍ରବାର ଉଭୟଙ୍କ ମୃତଦେହକୁ ତାଙ୍କ ଘରକୁ ନିଆଯିବ ଏବଂ ତା ପରେ ସକାଳ ୧୧ଟାରୁ ଦିନ ୨ଟା ଯାଏ ଶେଷ ଦର୍ଶନ ପାଇଁ ଅନୁମତି ଦିଆଯିବ। ଏହା ପରେ କାମରାଜ ମାର୍ଗରୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ତାଙ୍କ ଅନ୍ତିମ ଯାତ୍ରା ବାହାରିବ। ଅନ୍ତିମ ସଂସ୍କାର ପାଇଁ ତାଙ୍କ ଛୋଟ ଭଉଣୀ ଓ ଭାଇ ଉପସ୍ଥିତ ରହିବେ। ବିପିନ ରାୱତଙ୍କର ଦୁଇ ଝିଅ ବି ଅଛନ୍ତି।

ସେପଟେ ଆଜି ସଂସଦରେ ଦୁର୍ଘଟଣା ନେଇ ଉତ୍ତର ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସଂସଦର ଦୁଇ ଗୃହରେ ରାଜନାଥ ହେଲିକପ୍ଟର ଦୁର୍ଘଟଣା କାରଣ ବିଷୟରେ କହିବେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସିଡିଏସ ସହିଦ ହେବା ପରେ ୩ ଦିନ ରାଜକୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ଖବର ଶୁଣି ସେ ବହୁତ ଦୁଃଖିତ। ବିପିନ ରାୱତଙ୍କ ଜନ୍ମ ଉତ୍ତରାଖଣ୍ଡର ପୋଢି ଗଢବାଲରେ ହୋଇଥିଲା। ତାଙ୍କ ବାପା ଲକ୍ଷ୍ମଣ ସିଂହ ରାୱତ ମଧ୍ୟ ଲେଫ୍ଟନାଣ୍ଟ ଜେନେରାଲ ଥିଲେ।

ଏହି ଦୁଃଖଦ ଖବର ଶୁଣିବା ପରେ ସମ୍ପର୍କୀୟ ଓ ପ୍ରିୟଜନ ମାନେ ଦିଲ୍ଲୀ ସ୍ଥିତ ଘରେ ପହଞ୍ଚିବା ଆରମ୍ଭ କରିଦେଇଥିଲେ। ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ ରାୱତଙ୍କ ପରିବାର ସହ ସାକ୍ଷାତ କରିଥିଲେ। ଏହା ପରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେଇଥିଲେ। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ସିସିଏସ ବୈଠକରେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।

Leave A Reply

Your email address will not be published.