ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କିଏ ନେବେ ସିଡ଼ିଏସ୍ ରାଓ୍ବତଙ୍କ ସ୍ଥାନ

0


ନୂଆଦିଲ୍ଲୀ : ବିପିନ ରାଵତଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯିବ। ଏଥିସହିତ ପରବର୍ତ୍ତୀ ସିଡିଏସ୍ କିଏ ହେବେ, ତାକୁ ନେଇ ସବୁ ମହଲରେ ଉତ୍କଣ୍ଠ ବୃଦ୍ଧି ପାଇଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି କି ନାହିଁ, ତାହା ଏଯାଏ ଜଣାପଡିନାହିଁ। ତେବେ ଖୁବ୍ ଶୀଘ୍ର ଏହି ଗୁରୁତ୍ବପୂର୍ଣ୍ଣ ପଦବି ପୂରଣ ହେବ ବୋଲି ସୂଚନା ମିଳୁଛି।

ଜେନେରାଲ ମନୋଜ ମୁକୁନ୍ଦ ନରବଣେ ପରବର୍ତ୍ତୀ ସିଡିଏସ୍‌ ଦୌଡରେ ଆଗରେ ଅଛନ୍ତି। ଆସନ୍ତାବର୍ଷ ଏପ୍ରିଲରେ ସେ ଅବସର ନେେବ। ତେବେ ଆଇନରେ ଅଣାଯାଇଥିବା ସଂଶୋଧନ କ୍ରମେ ସିଡିଏସ୍ ୬୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଏଣୁ ଜେନେରାଲ ନରବଣେଙ୍କ ନାମକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ପୂର୍ବରୁ ବାୟୁସେନା ମୁଖ୍ୟ ମାର୍ଶାଲ ଭିଆର୍‌ ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆର୍‌ ହରି କୁମାର ଗତ ସେପ୍ଟେମ୍ବର ୩୦ ଏବଂ ନଭେମ୍ବର ୩୦ରେ ଯଥାକ୍ରମେ ସେମାନଙ୍କ ଦାୟିତ୍ବ ନେଇଛନ୍ତି।

ସେହିପରି ଜେନେରାଲ ନରବ‌ଣେ ଆସନ୍ତା ଏପ୍ରିଲରେ ଅବସର ନେବାର ଅଛି। କିନ୍ତୁ ସଂଶୋଧିତ ସାମରିକ ଆଇନ ଅନୁଯାୟୀ ସିଡିଏସ୍‌ ୬୫ ବର୍ଷ ପର୍ଯ୍ୟନ୍ତ କାମ କରିପାରିବେ। ତେଣୁ ଜେନେରାଲ ନରବଣେ ପରବର୍ତ୍ତୀ ସିଡିଏସ୍‌ ହୋଇପାରନ୍ତି। ୨୦୧୯ ଡିସେମ୍ବରରେ ନରବଣେ ୨୮ତମ ସେନା ମୁଖ୍ୟଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଏବଂ କମାଣ୍ଡର ଆର୍ମି ଟ୍ରେନିଂ କମାଣ୍ଡ ଭାବରେ କାର୍ଯ୍ୟ କରିଥିଲେ।

ସେହିଭଳି ୨୦୨୦ ଜାନୁଆରି ପହିଲାରେ ଜେନେରାଲ ରାୱତ ପ୍ରଥମ ସିଡିଏସ୍‌ ହୋଇଥିଲେ। ସେ ତିନିଟି ସେବା ମଧ୍ୟରେ ସମନ୍ୱିତ ଥିଏଟର କମାଣ୍ଡରେ ଭାରତୀୟ ସଶସ୍ତ୍ର ବାହିନୀର ପୁନର୍ଗଠନ ପାଇଁ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.