ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିରାଟ ପରିବର୍ତ୍ତନ ନେଇ ଚାପରେ ଚୟନକର୍ତ୍ତା, ବିସିସିଆଇ

0

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିରାଟ ‌କୋହଲିଙ୍କୁ ବଦଳାଇ ରୋହିତ ଶର୍ମାଙ୍କୁ ନିଯୁକ୍ତି ଦିଆଯିବା ଘଟଣା କୋହଲି ପ୍ରେମୀଙ୍କୁ ବ୍ୟଥିତ କରିଛି। ଏହାକୁ ନେଇ ପୂରା ଭାରତବର୍ଷରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଭାରତର ବଚ୍ଛା ବଚ୍ଛା କ୍ରିକେଟର ଏହି ଘଟଣାକୁ ନେଇ ଚୟନକର୍ତ୍ତାଙ୍କୁ ଚାପରେ ରଖିଛନ୍ତି। ତେବେ ସୌରଭ ଗୌଙ୍ଗୁଲି ଏହି ପ୍ରସଙ୍ଗରେ ସାମ୍ନାକୁ ଆସି ଦ୍ବନ୍ଦ୍ବ ଦୂର କରିବାକୁ ଚେଷ୍ଟା କରିଥିବା ବେଳେ ରୋହିତ ଶର୍ମାଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଛି। ରୋହିତ ଶର୍ମା କହିଛନ୍ତି, ଏବେ ବି ଟିମର ନେତା ଭାବେ କୋହଲିଙ୍କୁ ସମସ୍ତେ ମାନିବେ। ବିରାଟ କୋହଲିଙ୍କ ଭଳି ଦକ୍ଷ ବ୍ୟାଟ୍ସ ମ୍ୟାନ ଏବଂ ତାଙ୍କ ନେତୃତ୍ବ ସାମର୍ଥ୍ୟ ଓ ମାନ ଦଳ ପାଇଁ ସବୁବେଳେ ଆବଶ୍ୟକ ରହିଛି।

ଗାଙ୍ଗୁଲି କହିଛନ୍ତି ଯେ କୋହଲିଙ୍କୁ ଟ୍ବେଣ୍ଟି-୨୦ ଅଧିନାୟକ ପଦବି ନ ଛାଡିବାକୁ ଅନୁରୋଧ କରାଯାଇଥିଲା। ମାତ୍ର କୋହଲି ଏ ନେଇ କାହା ସହିତ ସହମତି ହୋଇନଥିଲେ। ଏବେ ପ୍ରଶ୍ନ ଉଠିଲା ଯେ ଧଳା ବଲରେ ଦୁଇ ଦୁଇ ଜଣ ଅଧିନାୟକ କାହିଁକି ରହିବେ? ଏଣୁ ଚୟନକର୍ତ୍ତା ଓ ବିସିସିଆଇ ମିଳିତ ଭାବେ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିଭଳି ଅଜିଙ୍କ୍ୟ ରାହାଣେ ଉପ ଅଧିନାୟକ ଭାବେ ରହିବେ ବୋଲି ନିଷ୍ପତ୍ତି ହୋଇଛି।

କ୍ରିକେଟ୍ ସମାଲୋଚକମାନେ କିନ୍ତୁ ଏହି ପ୍ରସଙ୍ଗକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସେମାନଙ୍କ ମତରେ ଗାଙ୍ଗୁଲି ଓ ଚୟନକର୍ତ୍ତା ଏଭଳି ଗୋଟିଏ ନିଷ୍ପତ୍ତି ନେଇ ଉଭୟ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଚାପରେ ରଖିଛନ୍ତି। ପ୍ରଦର୍ଶନ ପ୍ରଭାବିତ ହେଲେ, ନିଷ୍ପତ୍ତି କଠୋର ହୋଇପାରେ ଏଭଳି ଗୋଟିଏ ବାର୍ତ୍ତା ଏବେ ଯାଇଛି। ଆଗକୁ ଯଦି ଟେଷ୍ଟରେ ମଧ୍ୟ ବିରାଟଙ୍କ ପ୍ରଦର୍ଶନ ଆଶାନୁରୂପକ ନ ରହିବ, ତେବେ ରୋହିତ ସେ ପଦବି ମଧ୍ୟ ନେଇଯାଇପାରନ୍ତି, ଏକଥା ଆଦୌ ଏବେ ଆଉ ଅବୁଝା ନାହିଁ। ଚୟନକର୍ତ୍ତା କୋହଲିଙ୍କୁ ପରିବର୍ତ୍ତନ କରିବା ସମୟରେ ସ୍ପଷ୍ଟ ମତ ସଙ୍କେତ ଦେବାକୁ ଭୁଲିନାହାନ୍ତି ଯେ ଟିମ ପ୍ରଦର୍ଶନ ସବୁବେଳେ ଗୁରୁତ୍ବପୂର୍ଣ୍ଣ।

ତେବେ ସମୁଦାୟ ପ୍ରସଙ୍ଗରେ ଗାଙ୍ଗୁଲିଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେ ନିଜେ ଓ ଚୟନ କର୍ତ୍ତା ସମସ୍ତେ କୋହଲିଙ୍କ ସହିତ କଥା ହୋଇଛନ୍ତି। ବିରାଟଙ୍କର ଭାରତର କ୍ରିକେଟ୍ ପ୍ରତି ଅବଦାନ ଅତୁଳନୀୟ। ସେଥିପାଇଁ ସେ ଧନ୍ୟବାଦାର୍ହ। ଯେହେତୁ ଧଳା ବଲ୍ ପାଇଁ ଦୁଇ ଦୁଇ ଜଣ ଅଧିନାୟକ ରଖାଯିବ ନାହିଁବୋଲି ସ୍ଥିର ହେଲା, ଏଣୁ କୋହଲିଙ୍କୁ ପରିବର୍ତ୍ତନ କରାଗଲା। ବିିସିସିଆଇ ସଭାପତି ଭାବେ ସେ ବ୍ୟକ୍ତିଗତ ଭାବେ କୋହଲିଙ୍କ ସହିତ ଏ ସଂପର୍କରେ ବିଶଦ କଥା ହୋଇଛନ୍ତି। ସେହିଭଳି ରୋହିତଙ୍କ ନେତୃତ୍ବ ଉପରେ ବି ସମସ୍ତଙ୍କର ଭରସା ରହିଛି। ଭାରତୀୟ କ୍ରିକେଟ୍ ଏବେ ସୁରକ୍ଷିତ ଦଳ ହାତରେ ରହିଛି ବୋଲି ଗାଙ୍ଗୁଲି କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ବାସନା ଦେଇଛନ୍ତି।

ରୋହିତ ଶର୍ମା ମଧ୍ୟ କହିଛନ୍ତି ଯେ ଜଣେ ଅଧିନାୟକର କାମ ପଡିଆରେ ମାତ୍ର ୨୦ ପ୍ରତିଶତ ଥାଏ। ଅବଶିଷ୍ଟ ୮୦ ପ୍ରତିଶତ କାର୍ଯ୍ୟ ପଡ଼ିଆ ବାହାରେ ଦଳକୁ ସଂଗଠିତ ଭାବେ ରଖିବାରେ ବିନିଯୋଗ ହୁଏ। ଏପରିକି ସଙ୍କଟଜନକ ସମୟରେ ଖେଳାଳିଙ୍କ ମନୋବଳ ବଢ଼ାଇବା ବି ଅଧିନାୟକର କାମ। କୋହଲିଙ୍କ ଭଳି ଜଣେ ଦକ୍ଷ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକତା ଟିମ ପାଇଁ ସବୁବେଳେ ରହିଛି ଓ ରହିବ। ଉଭୟ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ ହେଉ କି ଦିନିକିଆ, ଉଭୟରେ ତାଙ୍କ ପ୍ରଦର୍ଶନ ଓ ରେକର୍ଡ ବିରଳ। ସବୁ ସଙ୍କଟ ସମୟରେ କୋହଲି ହିଁ ଆମର ନେତା ହୋଇ ପୂର୍ବଭଳି ପରାମର୍ଶ ଦେବେ।

Leave A Reply

Your email address will not be published.