ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ବାଇଡେନଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲା ପାକ୍‌

0

କରାଚି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଡାକିଥିବା ଲୋକତନ୍ତ୍ର ଶିଖର ସମ୍ମିଳନୀରେ ସାମିଲ ହେବାକୁ ମନା କଲା ପାକିସ୍ତାନ। ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀ ହେଉଥିବା ବେଳେ ଆମେରିକାର ନିମନ୍ତ୍ରଣକୁ ପାକିସ୍ତାନର ଇମ୍ରାନ ସରକାର ପ୍ରତ୍ୟାଖାନ କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ତେବେ ପାକ୍ କାହିିଁକି ଏହି ସମ୍ମିଳନୀରେ ସାମିଲ ହେବ ନାହିଁ ସେ ନେଇ କିଛି କାରଣ ସ୍ପଷ୍ଟ କରିନାହିଁ।

ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଶିଖର ସମ୍ମିଳନୀରେ ଶ୍ରୀଲଙ୍କା,ବାଲାଂଦେଶ, ଋଷ, ଚୀନକୁ ଛାଡି ପାକିସ୍ତାନକୁ ଡାକିବାକୁ ନିଷ୍ପତ୍ତି ନିଆଯାଇଥିଲା। ପାକିସ୍ତାନ
ଏମିତିରେ ବାଇଡେନ ସରକାରଙ୍କ ତରଫରୁ କୌଣସି ନିମନ୍ତ୍ରଣ କରାଯାଉନଥିବାର ସବୁବେଳେ ଅସନ୍ତୋଷ ବ୍ୟକ୍ତ କରିଥାଏ , କିନ୍ତୁ ଯେତେବେଳେ ପ୍ରଥର ଥର ପାଇଁ ଆମେରିକା ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା, ତାକୁ ପାକିସ୍ତାନ ଅସ୍ୱୀକାର କରିଛି।

ପାକିସ୍ତାନର ଏକ ଗଣମାଧ୍ୟମର ସୂଚନା ଅନୁସାରେ, ପାକିସ୍ତାନର ଖାସ ବନ୍ଧୁ ଚୀନକୁ ଏହି ସମ୍ମିଳନୀରେ ଭାଗ ନେବାକୁ ହ୍ୱାଇଟ ହାଉସ ତରଫରୁ ନିମନ୍ତ୍ରଣ କରାଯାଇନଥିଲା, ଏହି କାରଣରୁ ପାକିସ୍ତାନ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବାକୁ ମନା କରିଦେଇଛି। ଏହା ବି କୁହାଯାଉଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସବୁବେଳେ ଅବହେଳା କରିଥାନ୍ତି । ତେଣୁ ଶିଖର ସମ୍ମିଳନୀରେ ଯୋଗ ନଦେବା ଏହା ବି ଗୋଟେ କାରଣ ହୋଇପାରେ।

ଲୋକତନ୍ତ୍ର ଶିଖର ସମ୍ମିଳନୀରୁ ଋଷ ଓ ଚୀନକୁ ଡକାଯାଇନଥିବାରୁ ପାକିସ୍ତାନ ଚୀନ ସହ ଏକାଠି ଅଛି ଦେଖାଇବାକୁ ଏଥିରେ ସାମିଲ ହୋଇନାହିଁ। କିନ୍ତୁ ଚୀନ ଉପରେ ଏହି ନିଷ୍ପତ୍ତିର ପ୍ରଭାବ କେତେ ପଡିଛି ତାହା ଜଣାପଡିନାହିଁ। ବାଇଡେନ ଏହି ଶିଖର ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ। ଯେଉଁଥିରେ ଭାରତ ସମେତ ୧୦୦ରୁ ଅଧିକ ଦେଶ ସାମିଲ ହୋଇଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଆମେରିକା ଓ ପାକିସ୍ତାନ ମଧ୍ୟରେ ଗତ କିଛି ଦିନ ହେବ ତିକ୍ତତା ଦେଖାଦେଇଛି। ଆଫଗାନ ତାଲିବାନକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ କିଛି ବୟାନରେ ଅସନ୍ତୋଷ ଥିଲେ ବାଇଡେନ।

Leave A Reply

Your email address will not be published.