ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଦେଶରେ ସାଂଘାତିକ ହେଉଛି ସ୍ଥିତି

0

୩୦ ହଜାର ମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହା ସହିତ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ ୩୦ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୨୭ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ଯାହା ଚିନ୍ତାଜନକ। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୨୦୦ ଟପିଛି। ଦିନକରେ ୨୮୪ ଜଣ କରୋନା ଆକ୍ରାନ୍ତ ଆଖିବୁଜିଛନ୍ତି।

ଦେଶରେ ଏବେ ଯାଏ ୧୫ ଶହ ୨୫ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମେଟ୍ରୋରେ ମାଡିଚାଲିଛି କରୋନା। ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ଜଣ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ ଦିନରେ ମୁମ୍ବାଇରେ ମାମଲା ୧୨ ପ୍ରତିଶତ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ମୁମ୍ବାଇରେ ୬ ହଜାର ୩୪୭ ନୂଆ ମାମଲା ଆସିଛି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ୫ ହଜାର ୭୧୨ ଜଣ ଆକ୍ରାନ୍ତଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ମୁମ୍ବାଇରେ ୫୫ ପ୍ରତିଶତ ନମୂନାରେ ଓମିକ୍ରନ ଭ୍ୟାରିଆଣ୍ଟ ଓ ୩୨ ପ୍ରତିଶତ ନମୁନାରେ ଡେଲଟା ଭ୍ୟାରିଆଣ୍ଟ ରହିଥିବା ପରୀକ୍ଷାରୁ ଜଣାପଡିଛି।

ଦିଲ୍ଲୀରେ ମଧ୍ୟ ୨୪ ଘଣ୍ଟାରେ ୩ ହଜାର ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଦିଲ୍ଲୀରେ ସଂକ୍ରମଣ ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି। ମେ’ ମାସ ପରେ ଏହା ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ। ସେହିପରି ହରିୟାଣାରେ ସ୍ଥିତି ଅସମ୍ଭାଳ ହୋଇପଡିଛି। କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରୁ ୫ ଜିଲ୍ଲାରେ ମିନି ଲକଡାଉନ ଘୋଷଣା କରାଯାଇଛି।

ଅମ୍ବାଲା,ଗୁରୁଗ୍ରାମ,ଫରିଦାବାଦ,ପଞ୍ଚକୁଲା ଓ ସୋନିପଥରେ ସ୍କୁଲ, କଲେଜ ବନ୍ଦ କରାଯିବା ସହ ଥିଏଟର ଓ ଜିମକୁ ବନ୍ଦ କରିଦିଆଯାଇଛି। ସରକାରୀ କାର୍ଯ୍ୟାଳୟରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁଗ୍ରାମ ଓ ଫରିଦାବାଦରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଚିନ୍ତାର କାରଣ ପାଲଟିଛି। କରୋନାକୁ କାବୁ କରିବା ପାଇଁ ଜାନୁଆରି ୧୨ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଯାଇଛି।

Leave A Reply

Your email address will not be published.