ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆସନ୍ତା ୮ ତାରିଖ ପରେ ମାଟ୍ରିକ୍ ପିଲାଙ୍କୁ ଟିକା

0

ଭୁବନେଶ୍ବର: ଆସନ୍ତାକାଲିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ବଡ଼ ଖବର ଆସିଛି ଯେ, ରାଜ୍ୟରେ ଆସନ୍ତା ୮ ତାରିଖ ପରେ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମିଟିଭ ପରୀକ୍ଷା ହେବାକୁ ଅଛି। ଏହାକୁ ନଜରରେ ରଖି ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଧ୍ୟକ୍ଷତା କରିଥିଲେ। ମାଟ୍ରିକ ସମ୍ମେଟିଭ ପରୀକ୍ଷା ହେବାକୁ ଥିବାରୁ ୮ ତାରିଖ ପରେ ମାଟ୍ରିକ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ପ୍ରଥମେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଟିକାକରଣ ନେଇ ବୈଠକରେ ଆଲୋଚନା ହୋଇଛି।

ଆସନ୍ତାକାଲିଠୁ କିଶୋର ମାନଙ୍କୁ ଟିକାକରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରେ ଲକ୍ଷେ କିଶୋର କରୋନା ଟିକା ନେବେ। ଏଥିପାଇଁ ୩୫ଟି ଟିକାକରଣ କେନ୍ଦ୍ରରେ ଭ୍ୟାକସିନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ସ୍କୁଲ ଓ କଲେଜରେ ମଧ୍ୟ ଟିକାକରଣ କରାଯାଇପାରିବ। ଗତକାଲିଠୁ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ ହୋଇଥିବା ବେଳେ ‘ଅନ ଦି ସ୍ପଟ’ ଟିକାକରଣ ପାଇଁ ମଧ୍ୟ ବ୍ୟବସ୍ଥା ମଧ୍ୟ ହୋଇଛି।

ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ରାଜ୍ୟରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ମଧ୍ୟରେ ୬୭ ଜଣ ଅଛନ୍ତି। ଛୋଟ ଛୁଆଙ୍କ ମଧ୍ୟରେ ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀଯାଏ ସ୍କଲ ଖୋଲିବା ନିଷ୍ପତ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.