ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଭଡା ଘରୁ ମିଳିଲା ପୁଳା ପୁଳା ଜାଲ ନୋଟ୍‌

0

ଭୁବନେଶ୍ବର: ଘର ଭିତରୁ ମିଳିଲା ପୁଳା ପୁଳା ଜାଲ ନୋଟ। ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର ନୁହେଁ ୧୩ ଟଙ୍କାର ଜାଲ ନୋଟ ଜବତ କରିଛି ପୁଲିସ। ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏତେ ଟଙ୍କାର ଜାଲ ନୋଟ କେଉଁଠୁ ଆସିଲା ଏବଂ କୁଆଡେ କୁଆଡେ ଯାଉଥିଲା ତାକୁ ନେଇ ଏବେ ଆରମ୍ଭ ହୋଇଛି ଧରପଗଡ଼। ଚନ୍ଦ୍ରମଣି ବଳ ନାମକ ଜଣକ ବ୍ୟକ୍ତି ଯାଜପୁର ଟାଉନରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏବଂ ଏହି ଠାରେ ସେ ଜାଲ ନୋଟ କାରବାର ଚଳାଉଥିବା ଜଣାପଡିଛି।

ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ଏହି ଭଡ଼ା ଘରେ ଚଢାଉ କରିଥିଲା। ଚଢାଉ କରି ୧୩ ଲକ୍ଷ ୧୭ ହଜାର ୫ ଶହ ଟଙ୍କାର ଜାଲ ନୋଟ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଲକ୍ଷାଧିକ ଟଙ୍କାର ଜାଲନୋଟ ସହ ଏକ ପ୍ରିଟିଂ ମେସିନ ମଧ୍ୟ ପୁଲିସ ଜବତ କରିଛି। ଏହି ଜାଲ ନୋଟ କାରବାର ପଛରେ ଏକ ବଡ଼ ର‌୍ୟାକେଟ କାମ କରୁଥିବା ଜଣାପଡିଛି। ଏହି ଜାଲ ନୋଟ ସବୁ ବଜାରରେ ଛଡାଯାଉଥିଲା। ବିଶେଷ କରି ହାଇଦ୍ରାବାଦ ଓ ବିଶାଖପାଟଣାକୁ ଯାଉଥିବା ସୂଚନା ରହିଛି। ଏହି ଜାଲ ନୋଟ ର‌୍ୟାକେଟ ପଛରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ଏବଂ ଗିରଫ ଚନ୍ଦ୍ରମଣୀ ବଳଙ୍କୁ ଏନେଇ ପଚରାଉଚରା ଚାଲିଛି।

Leave A Reply

Your email address will not be published.