ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଇତିହାସ ରଚିଲେ ଅଳକା

0

ଦେଶରେ ପୁଣି ଇତିହାସ ରଚିଲେ ମହିଳା ତୈଳ କମ୍ପାନୀ ଓଏନଜିସିର ଅଧ୍ୟକ୍ଷ ହେଲେ ଅଳକା ମିତ୍ତଲ ୨୦୧୮ରୁ ଓଏନଜିସିରେ ଏଚଆର ଭାବେ କାର୍ଯ୍ୟରତ ଦେଶର ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ବିରାଟ ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି । ସୋମବାର ଓଏନଜିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. ଅଳକା ମିତ୍ତଲ । ଓଏନଜିସିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସୁଭାଷ କୁମାର ୨୦୨୧ ଡିସେମ୍ବର ୩୧ରେ ଅବସର ନେଇଥିଲେ । ଏବେ ତାଙ୍କ ସ୍ଥାନରେ ଡ. ଅଳକା ମିତ୍ତଲ ନିଯୁକ୍ତି ପାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦ୍ୱିତୀୟ ମହିଳା ଭାବେ କୌଣସି ତୈଳ କମ୍ପାନୀର ମୁଖିଆ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । କାରଣ ୨୦୧୪ରେ ପ୍ରଥମ ମହିଳା ଭାବେ ନିଶି ବାସୁସେବା ହିନ୍ଦୁସ୍ତାନ ପେଟ୍ରୋଲିୟମର ଅଧ୍ୟକ୍ଷ ହୋଇଥିଲେ । ଡ. ଅଳକା ମିତ୍ତଲ ଏବେ କମ୍ପାନୀର ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ୬ ମାସ ପାଇଁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଏହି ୬ ମାସ ଯାଏ ସେ ଏଚ୍‌ଆର ନିର୍ଦ୍ଦେଶକ ସହ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ଏହି ସମୟ ସୀମା ମଧ୍ୟରେ ନିୟମିତ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ । ଡ. ଅଳକା ମିତ୍ତଲ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ, ଏମବିଏ ଡିଗ୍ରୀ ଓ ବାଣିଜ୍ୟ ପାଠ୍ୟକ୍ରମରେ ଡକ୍ଟରେଟ ହାସଲ କରିଛନ୍ତି । କମ୍ପାନୀର ୱେବସାଇଟ୍ ଅନୁଯାୟୀ ମିତ୍ତଲ ୧୯୮୫ରେ ଗ୍ରାଜ୍ୟୁଏଟ ଟ୍ରେନି ଭାବେ ଓଏନଜିସିରେ ଯୋଗ ଦେଇଥିଲେ ।

୨୦୧୮ ମସିହା ନଭେମ୍ବର ମାସରୁ ସେ ଓଏନଜିସିରେ ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଓଏନଜିସି ଇତିହାସରେ ପ୍ରଥମ ମହିଳା ଭାବେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି। ଏଚଆର ନିର୍ଦ୍ଦେଶକ ହେବା ପୂର୍ବରୁ ମିତ୍ତଲ ଓଏନଜିସିରେ ଦକ୍ଷତା ବିକାଶ ବିଭାଗର ମୁଖ୍ୟ ଥିଲେ। ଦକ୍ଷତା ବିକାଶ ମୁଖ୍ୟ ହେବା ପୂର୍ବରୁ ସେ କମ୍ପାନୀର କର୍ପୋରେଟ ଅଫିସରେ ସିଏସଆର ମୁଖ୍ୟ ଭାବେ ନିଜର ଯାଦୁ ଦେଖାଇଥିଲେ।

Leave A Reply

Your email address will not be published.