ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

0

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ ବଢିଚାଲିଥିବା ବେଳେ ହଠାତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦେଶରେ ଲକ୍ଷେ ମୁହାଁ ଏବେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୯୦ ହଜାର ୯୨୮ ଜଣ ସଂକ୍ରମିତ । କାଲି ତୁଳନାରେ ୫୬.୫ ପ୍ରତିଶତ ବଢିଛି ସଂକ୍ରମଣ ।

ସେହିପରି ଦେଶରେ ଦିନକରେ ୩୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୮୭୬ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୮୫ ହଜାର ୪୦୧। ଏଯାଏ ସୁସ୍ଥ ହେଲେଣି ୩ କୋଟି ୪୩ ଲକ୍ଷ ୪୧ ହଜାର ୯ଜଣ । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦ରେ ପହଞ୍ଚିଛି। ୨୪ ଘଣ୍ଟା ରେ ୪୯୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନରୁ ଏଯାଏ ଆକ୍ରାନ୍ତ ସୁସ୍ଥ ହେଲେଣି ୯୯୫ ଜଣ ।

ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁ ଦେଶରେ ସଂକ୍ରମଣ ମାଡି ଚାଲିଛି । ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ଗତକାଲି ମୃତ୍ୟୁ ହୋଇଛି । ମୃତକ ହେଲେ ରାଜସ୍ଥାନ ଉଦୟପୁରର ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ମେଟ୍ରୋ ସହରରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀ, ମୁମ୍ବାଇ, କୋଲକତାରେ ସ୍ଥିତି ଅଣାୟ ହେବାରେ ଲାଗିଛି । ମୁମ୍ବାଇରେ ସଂକ୍ରମଣ ବଢିଚାଲିଥିବା ବେଳେ ଲୋକଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି । ମାତ୍ର ୩ ଦିନରେ ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ ୨୩୦ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି ।

କରୋନା ସଂକ୍ରମଣ ବଢିବାରୁ ବିଭିନ୍ନ ରାଜ୍ୟରେ କଟକଣା ମଧ୍ୟ ଫେରିଛି । ପୁଣି ପୂର୍ବ ପରି ନାଇଟ କର୍ଫ୍ୟୁ,ସପ୍ତାହାନ୍ତ ସଟଡାଉନ ଓ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି । ଟିକାକରଣ ମଧ୍ୟ ଜୋରଦାର କରାଯାଉଛି । ଏଯାଏଁ ଦେଶରେ ଟିକା ନେଲେଣି ୧୪୮ କୋଟି ୬୭ ଲକ୍ଷରୁ ଅଧିକ ।

ତେବେ ଦେଶରେ ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଖୁବ ଶୀଘ୍ର ଶୀର୍ଷ ଛୁଇଁ ପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କିଛି ବିଶେଷଜ୍ଞ ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି କହୁଥିବା ବେଳେ ଆଉ କିଛି ବିଶେଷଜ୍ଞ କହିଛନ୍ତି, ଫେବୃଆରି ପ୍ରଥମ ସପ୍ତାହ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଞ୍ଚିବ ।

Leave A Reply

Your email address will not be published.