ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

0

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ ବଢିଚାଲିଥିବା ବେଳେ ହଠାତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦେଶରେ ଲକ୍ଷେ ମୁହାଁ ଏବେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୯୦ ହଜାର ୯୨୮ ଜଣ ସଂକ୍ରମିତ । କାଲି ତୁଳନାରେ ୫୬.୫ ପ୍ରତିଶତ ବଢିଛି ସଂକ୍ରମଣ ।

ସେହିପରି ଦେଶରେ ଦିନକରେ ୩୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୮୭୬ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୮୫ ହଜାର ୪୦୧। ଏଯାଏ ସୁସ୍ଥ ହେଲେଣି ୩ କୋଟି ୪୩ ଲକ୍ଷ ୪୧ ହଜାର ୯ଜଣ । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦ରେ ପହଞ୍ଚିଛି। ୨୪ ଘଣ୍ଟା ରେ ୪୯୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନରୁ ଏଯାଏ ଆକ୍ରାନ୍ତ ସୁସ୍ଥ ହେଲେଣି ୯୯୫ ଜଣ ।

ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁ ଦେଶରେ ସଂକ୍ରମଣ ମାଡି ଚାଲିଛି । ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ଗତକାଲି ମୃତ୍ୟୁ ହୋଇଛି । ମୃତକ ହେଲେ ରାଜସ୍ଥାନ ଉଦୟପୁରର ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ମେଟ୍ରୋ ସହରରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀ, ମୁମ୍ବାଇ, କୋଲକତାରେ ସ୍ଥିତି ଅଣାୟ ହେବାରେ ଲାଗିଛି । ମୁମ୍ବାଇରେ ସଂକ୍ରମଣ ବଢିଚାଲିଥିବା ବେଳେ ଲୋକଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି । ମାତ୍ର ୩ ଦିନରେ ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ ୨୩୦ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି ।

କରୋନା ସଂକ୍ରମଣ ବଢିବାରୁ ବିଭିନ୍ନ ରାଜ୍ୟରେ କଟକଣା ମଧ୍ୟ ଫେରିଛି । ପୁଣି ପୂର୍ବ ପରି ନାଇଟ କର୍ଫ୍ୟୁ,ସପ୍ତାହାନ୍ତ ସଟଡାଉନ ଓ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି । ଟିକାକରଣ ମଧ୍ୟ ଜୋରଦାର କରାଯାଉଛି । ଏଯାଏଁ ଦେଶରେ ଟିକା ନେଲେଣି ୧୪୮ କୋଟି ୬୭ ଲକ୍ଷରୁ ଅଧିକ ।

ତେବେ ଦେଶରେ ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଖୁବ ଶୀଘ୍ର ଶୀର୍ଷ ଛୁଇଁ ପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କିଛି ବିଶେଷଜ୍ଞ ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି କହୁଥିବା ବେଳେ ଆଉ କିଛି ବିଶେଷଜ୍ଞ କହିଛନ୍ତି, ଫେବୃଆରି ପ୍ରଥମ ସପ୍ତାହ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଞ୍ଚିବ ।

Leave A Reply

Your email address will not be published.