ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ନିଟ୍‌-ପିଜି ନାମଲେଖାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

0

ନିଟ୍‌- ପିଜି କାଉନସେଲିଂକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ନିଟ୍‌- ପିଜି ଓ ୟୁଜି ନାମଲେଖା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଟ୍‌-ପିଜି କାଉନସେଲିଂକୁ ଗ୍ରୀନ୍ ସିଗନାଲ ଦିଆଯାଇଛି । ଓବିସି ଛାତ୍ରଛାତ୍ରୀଙ୍କ ୨୭ ପ୍ରତିଶତ ସଂରକ୍ଷଣକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି । ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣ ଲାଗୁ ହେବ । ୨୦୨୧- ୨୦୨୨ ବର୍ଷ ପାଇଁ ସଂରକ୍ଷଣ ଲାଗୁ ହେବ । ସର୍ବଭାରତୀୟ କୋଟାରୁ ଓବିସି ଇଡବ୍ଲୁଏସସଂରକ୍ଷଣ ପାଇବେ ।

ସେହିପରି ଭବିଷ୍ୟତରେ ସଂରକ୍ଷଣ ଜାରି ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । ଏନେଇ ଆସନ୍ତା ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରାଯିବ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଏଏସ୍ ବୋପାନ୍ନାଙ୍କ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି,ଏହି ବର୍ଷଠାରୁ ଲାଗୁ ହୋଇଥିବା ସଂରକ୍ଷଣ ନୀତି ଅସାମ୍ବାଧାନିକ ବୋଲି ଆମ ସମ୍ମୁଖରେ ଯୁକ୍ତି ରଖାଯାଇଥିଲା । ଇଡବ୍ଲୁଏସ ସୀମାକୁ ୮ ଲକ୍ଷ ଟଙ୍କା ରଖିବା ନେଇ ଜବାବ ମଗାଯାଇଥିଲା । ଅକ୍ଟୋବରରେ ଏହି ପ୍ରଶ୍ନ ପଚରାଯାଇଥିଲା । ଅକ୍ଟୋବର ୨୫ରେ ଏହା ଉପରେ ରୋକ ଲାଗିଥିଲା । ୨୮ ଅକ୍ଟୋବରରେ ଦୀପାବଳି ପରେ ଶୁଣାଣି ହେବା ଉଚିତ ବୋଲି କହିଥିଲେ । ନଭେମ୍ବର ୨୫ରେ ନୀତିର ସମୀକ୍ଷା କରିବାକୁ ଆଉ ଏକ ମାସ ସମୟ ମାଗିଥିଲା ।

ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଏବେ କୁହାଯାଇଛି ଚଳିତ ବର୍ଷ ସମାନ ବ୍ୟବସ୍ଥା ରଖିବାକୁ କମିଟି ସୁପାରିସ କରିଛି । ସବୁ ପକ୍ଷରୁ ଶୁଣାଯାଇଛି । ଏହି ପ୍ରସଙ୍ଗରେ ଏକ ବିସ୍ତୁତ ମଧ୍ୟବତ୍ତୀର୍କାଳୀନ ଆଦେଶ ଆବଶ୍ୟକ । ଇଡବ୍ଲୁଏସର ମାପ ନିର୍ଣ୍ଣୟ କରିବାକୁ କିଛି ସମୟ ଲାଗିବ । ଓବିସି ସଂରକ୍ଷଣ ପାଇଁ ଅନମୋଦନ ଦିଆଯାଇଛି । ତୁରନ୍ତ କାଉନସେଲିଂ ଆରମ୍ଭ କରିବାର ଆବଶ୍ୟକତା ଅଛି, ତେଣୁ ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ମାର୍ଚ୍ଚର ତୃତୀୟ ସପ୍ତାହରେ ପାଣ୍ଡେ କମିଟିର ସୁପାରିସ (୮ ଲକ୍ଷ)ର ବୈଧତା ଉପରେ ଶୁଣାଣି ହେବ ।

Leave A Reply

Your email address will not be published.