ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସଂସଦ ଭବନରେ ପଶିଲା କରୋନା

0

ନୂଆଦିଲ୍ଲୀ: ଦିଲ୍ଲୀରେ ରକେଟ୍ ସ୍ପିଡରେ କରୋନା ବ୍ୟାପୁଥିବା ବେଳେ ସଂସଦରେ ଭବନରେ ବ୍ୟାପିଲା ସଂକ୍ରମଣ। ଗତ ୬ ଓ ତାରିଖରେ ସଂସଦ ଭବନରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ କରୋନା ଟେଷ୍ଟ ହୋଇଥିଲା। ସେଥିରୁ ୪୦୦ ଶହରୁ ଅଧିକ କର୍ମଚାରୀ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତଙ୍କ ଆଇସୋଲେସନରେ ରଖାଯାଇଛି।

ଦିଲ୍ଲୀରେ ଦୈନିକ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦ୍ୱିତୀୟ ଲହର ସମୟରେ ଦିଲ୍ଲୀରେ ସ୍ଥିତି ଉଦବେଗଜନକ ରହିଥିଲା । ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଏବେ ପୁଣି ସମାନ ସ୍ଥିତି ଫେରିଛି । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀକୁ ଆଲର୍ଟ କରାଯାଇଛି। ସପ୍ତାହାନ୍ତ ସଟଡାଉନ ଜାରି କରାଯାଇଛି । ଏହି ସମୟରେ ଲୋକେ ବିନା କାରଣରେ ଘରୁ ବାହାରକୁ ଯାଇପାରିବେ ନାହିଁ । କିନ୍ତୁ ଜରୁରୀକାଳୀନ କାମ ପାଇଁ କିଛି କଟକଣା କୋହଳ ରଖାଯାଇଛି।

ସେପଟେ ମୁମ୍ବାଇରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ମୁମ୍ବାଇରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଆଜିଠୁ ରାତି ୧୧ଟାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ ହେବ। ସୋମବାର ସକାଳ ୫ଟା ଯାଏଁ କଟକଣା ବଳବତ୍ତର ରହିବ। କରୋନା ସ୍ଥିତି ନେଇ ଟୁଇଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସରକାର ଲକଡାଉନ ଚାହୁଁନାହାଁନ୍ତି ,ତେଣୁ ଅନାବଶ୍ୟକ ଭିଡ ବଜାରରେ ନକରିବାକୁ ଅନୁରୋଧ କରିଛନ୍ତି। କୋଭିଡ ନିୟମ କଡାକଡି ପାଳନ ନକଲେ କୌଣସି କଟକଣା ଫଳପ୍ରଦ ହେବନି ବୋଲି କହିଛନ୍ତି।

Leave A Reply

Your email address will not be published.