ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା…

0

ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି । କରୋନାର ତୃତୀୟ ଲହର ଚାଲିଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ତେଣୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଦାବି କରିଛନ୍ତି । ତେବେ ବିଜେଡି କିନ୍ତୁ ନିର୍ବାଚନ କରିବା ନେଇ ଦାବି କରିଛି । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ପଞ୍ଚାୟତପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ ତୁରନ୍ତ ନିର୍ବାଚନ କରିବାକୁ ଦାବି କରୁଛୁ । କୋଭିଡ ଗାଇଡଲାଇନ ଭିତରେ ନିର୍ବାଚନ କରିବାକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ।


ବିରୋଧୀ କିନ୍ତୁ କରୋନା ସଂକ୍ରମଣ ସହିତ ପଛୁଆ ବର୍ଗ ଓ ଏସଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନିର୍ବାଚନକୁ ୩ ମାସ ଘୁ ।ଇବାକୁ ଦାବି କରିଛନ୍ତି । ବିଜେପି ଓବିସିଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ଯାଏଁ ସମସ୍ୟାର ସମାଧାନ ନହୋଇଛ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଛି । ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । ଭୋଟର ତାଲିକାରେ ମଧ୍ୟ ତ୍ରୁଟି ରହିଛି । ଏଭଳି ୮ଟି ଦାବି କରି ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛି ବିଜେପି । ସେହିପରି କଂଗ୍ରେସ ମଧ୍ୟ ନିର୍ବାଚନକୁ ୩ ମାସ ଘୁଞ୍ଚାଇବା ଲାଗି ପ୍ରସ୍ତାବ ଦେଇଛି । ପଛୁଆବର୍ଗକୁ ସଂରକ୍ଷଣ ନଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ ଭାବେ ଦିଆଯାଇନଥିବାରୁ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି
କରିଛି କଂଗ୍ରେସ ।


ସେହଭଳି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ଦାବି ହୋଇଛି । ସେହିପରି କରୋନା ସଂକ୍ରମଣ ବଢିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ଭାରତ ବିକାଶ ପରିଷଦ ପ୍ରଶ୍ନ କରିଛି।

Leave A Reply

Your email address will not be published.