ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈିନକ ସଂକ୍ରମଣ

0

ଭୁବନେଶ୍ବର: ରାଜ୍ୟରେ ଲମ୍ବା ଡିଆଁ ମାରୁଛି କରୋନ ସଂକ୍ରମଣ। ପୁଣି ୧୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୭୫ ହଜାର ୭୩୧ ନମୁନା ପରୀକ୍ଷା ହୋଇଥିବା ବେଳେ ୧୦ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ଼ ଚିନ୍ତା ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜିଲ୍ଲାରୁ ଅଧା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ଖୋର୍ଦ୍ଧା ଜିଲ୍ଲାରୁ କେବେଳ ୩ ହଜାର ୪୯୬ ମାମଲା ସାମନାକୁ ଆସିଛି। ସେହିପରି ସୁନ୍ଦରଗଡରୁ ବି ଲଗାତର ହଜାରେ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଛି। ସୁନ୍ଦରଗଡରୁ ଦିନକରେ ହଜାରେ ୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୮୪୪, ସମ୍ବଲପୁରରୁ ୫୨୯, ବାଲେଶ୍ୱରରୁ ୪୫୭,ମୟୂରଭଞ୍ଜର ୩୪୦,ପୁରୀରୁ ୨୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ କରୋନାରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭଦ୍ରକ,କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତ ଆଖିବୁଜିଛନ୍ତି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୪୭୬ରେ ପହଞ୍ଚିଛି। ଜାନୁଆରି ୧ରୁ ୧୩ ମଧ୍ୟରେ ସ୍ଥିତିରେ ୩୩ ଗୁଣରୁ ଅଧିକ ହୋଇଯାଇଛି ସଂକ୍ରମଣ। ଏହି ଅନୁପାତରେ ଯଦି ସଂକ୍ରମଣ ବୃଦ୍ଧି ପାଏ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍‌କୁ ପଛରେ ପକାଇଦେବ ତୃତୀୟ ଲହର। ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିଲେ ବି ଆଶ୍ୱସ୍ତିର ଖବର ହେଉଛି ଅଧିକ ଗୁରୁତର ହେଉନାହାନ୍ତି। ସଂକ୍ରମଣ ହଜାରେ ପ୍ରତିଶତ ବଢିଥିଲେ ବି ମାତ୍ର ୬ ପ୍ରତିଶତ ହସ୍ପିଟାଲ ବେଡରେ ଅଛନ୍ତି ରୋଗୀ। ରାଜ୍ୟରେ ଜାନୁଆରି ଶେଷ ଆଡକୁ ପିକ ଛୁଇଁପାରେ କରୋନା ସଂକ୍ରମଣ। ଏହି ସମୟରେ ୩୦ ହଜାର ଟପିପାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୋଲି ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.