ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାଜ୍ୟରେ ୧୧ ହଜାର ଟପିଲା

0

ରାଜ୍ୟର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତିନି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି । ଜିଲ୍ଲାରୁ ଜିଲ୍ଲା ବ୍ୟାପିଚାଲିଛି ସଂକ୍ରମଣ । ୫ରୁ ୬ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।କଟକଣା ସତ୍ୱେ ସଂକ୍ରମଣ ନିୟନ୍ତ୍ରଣ ହେଉନଥିବାରୁ ଜିଲ୍ଳା ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

ଦିନକରେ ୭୭ ହଜାର ୧୨୦ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୧ ହଜାର ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷରେ କେବଳ ହଜାରେ ୧୬ ଜଣ ଆକ୍ରାନ୍ତ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ କେବଳ ୩ହଜାର ୪୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରେ ଦୈନିକ ସଂକ୍ରମଣ ୨ ହଜାର ଟପିଛି । ସୁନ୍ଦରଗଡରୁ ୨୪ ଘଣ୍ଟାରେ ୨୧୩୬, କଟକରୁ ୮୨୯, ବଲାଙ୍ଗୀରରୁ ୩୧୨, ଗଞ୍ଜାମରୁ ୧୦୮, ଅନୁଗୁଳରୁ ୧୩୨, ବରଗଡରୁ ୧୨୩, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୭୯, ଝାରସୁଗୁଡାରୁ ୧୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨କୁ ବୃଦ୍ଧି ପାଇଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୭୬୩ରେ ପହଞ୍ଚିଛି । ରାଜ୍ୟରେ ଆଉ ୩ ଜଣ କରୋନାରେ ଆଖିବୁଜିଛନ୍ତି । ମୃତକମାନେ ହେଲେ ଗଞ୍ଜାମ,ନୟାଗଡ଼ ଓ ସୁନ୍ଦରଗଡ଼ରୁ ।

Leave A Reply

Your email address will not be published.