ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜୟ ମାଲ୍ୟାଙ୍କ ହାତରୁ ଖସିପାରେ ଲଣ୍ଡନର ଆଲିଶାନ ବଙ୍ଗଳା

0

ସୁଇସ ବ୍ୟାଙ୍କ ୟୁବିଏସ ସହିତ ଦୀର୍ଘଦିନ ଧରି ଆଇନଗତ ଲଢେଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ଖାରଜ କରିଛନ୍ତି ବ୍ରିଟିଶ କୋର୍ଟ । ଲଣ୍ଡନ ହାଇକୋର୍ଟ ବିଚାରପତି ମାଥ୍ୟୁ କହିଛନ୍ତି ଯେ, ମାଲ୍ୟାଙ୍କ ଉପରେ ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ସେ ଦିନ ଗଡାଇଚାଲିଛନ୍ତି । ତେଣୁ ତାଙ୍କୁ ଆଉ ଅଧିକ ସମୟ ଦେଇ ହେବ ନାହିଁ । ତେଣୁ ମାଲ୍ୟାଙ୍କ ଉପରେ ଥିବା ଋଣ ସୁଝିବା ପାଇଁ ତାଙ୍କ ଲଣ୍ଡନ ସ୍ଥିତ ଘରୁ ବେଦଖଲ କରାଯାଇପାରିବ । ଲଣ୍ଡନର ରିଜେ ପାର୍କ ନିକଟରେ ଥିବା ଆଲିଶାନ ବଙ୍ଗଳାରେ ମାଲ୍ୟାଙ୍କ ୯୫ ବର୍ଷୀୟା ମା’ ରହୁଛନ୍ତି ।

୨୦୧୬ ମାର୍ଚ୍ଚ ମାଲ୍ୟ ବ୍ରିଟେନ ପଳାଇଥିଲେ । ବିଭିନ୍ନ ବିଜିନେସ ପାଇଁ ସେ ୧୩ରୁ ଅଧିକ ବ୍ୟାଙ୍କରୁ ୯ ହଜାର କୋଟିର ଋଣ ଆଣିଥିଲେ । କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ । ସେ ଏବେ ଜାମିନରେ ବ୍ରିଟେନରେ ରହୁଛନ୍ତି । ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାୟର ହେବା ପରେ ଏହି ମାମଲା ଲଣ୍ଡନ୍ କୋର୍ଟକୁ ହସ୍ତାନ୍ତାର କରାଯାଇଥିଲା ।

Leave A Reply

Your email address will not be published.