ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବରଯାତ୍ରୀ ଗାଡି ଦୁର୍ଘଟଣା..ଚାଲିଗଲା ୫ ଜୀବନ

0

ବାହାଘର ଭୋଜି ଖାଇ ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ ଅଧାବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ସୋନପୁର ମହାନଦୀ ପୋଲ ଉପରେ ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ଟ୍ରକ ଓ ବୋଲେରୋ ମୁହାମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ,ବାହାଘର ଭୋଜିଖାଇ ବିନିକା କଉଡିଆମୁଣ୍ଡାରୁ ଓ ପ ମହଲା ଓ ନମ୍ନା ଗାଁକୁ ବରଯାତ୍ରୀ ଫେରୁଥିଲେ । ବୋଲେରୋରେ ୧୦ ଜଣ ବରଯାତ୍ରୀ ଫେରୁଥିବା ବେଳେ ମହାନୀଦ ବ୍ରିଜ ଉପରେ ହଠାତ ଏକ ଧାନବୋଝେଇ ଟ୍ରକ ସହ ମୁହାଁମୁିହିଁ ଧକ୍କା ହୋଇଥିଲା । ଦୁଘର୍ଟଣା ଏତେ ଭୟଙ୍କର ଥିଲା ଯେ ଗାଡିର ଆଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।ଗାଡିକୁ ଗ୍ୟାସ କଟରରେ କାଟି ଭିତରେ ଚାପି ହୋଇଯାଇଥିବା ଲୋକଙ୍କୁ ବାହାରକୁ ବାହର କରାଯାଇଥିଲା । ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।ଘଟଣାକୁ ନେଇ ସ୍ଥାନୀୟ ଅ ଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଥିବା ବେଳେ ଅନ୍ୟ ଏକ ପରିବାରର ଦାଦା-ପୁତୁରା ଥିବା ଜଣାପଡିଛି ।

Leave A Reply

Your email address will not be published.