ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ରାଜଧାନୀରେ ବର୍ଷା, ଭାଙ୍ଗିଲା ୩୨ ବର୍ଷର ରେକର୍ଡ

0

ଦିଲ୍ଲୀରେ ଜାନୁଆରୀ ମାସରେ ହୋଇଥିବା ବର୍ଷା ସବୁ ରେକର୍ଡ ଭାଙ୍ଗିଦେଇଛି । ପ୍ରବଳ ଶୀତ ଭିତରେ ବର୍ଷା ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି । ଏବେ ଯାଏଁ ଦିଲ୍ଲୀରେ ଜାନୁଆରୀ ୬୯.୮ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୩୨ ବର୍ଷ ପୂର୍ବରେ ୧୯୮୯ରେ ୭୯.୭ ମିମି ବର୍ଷା ଜାନୁଆରୀରେ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିଲା ।

ଦିଲ୍ଲୀର ନରେଲା ଅଞ୍ଚଳରେ ୮.୫ ମିମି ,ନଜଫଗଡ଼ରେ ୧୦ ମିମି ,ଆର୍ୟନନଗର ୧୯ ମିମି ଏବଂ ପାଲମରେ ୧୯.୪ ମିମି ବର୍ଷା ରେକର୍ଡ କରାଯାଇଛି । ଦିଲ୍ଲୀ ବ୍ୟତୀତ ଗାଜିଆବାଦ,ଫରିଦାବାଦ,ନୋଏଡା,ଗୁରୁଗ୍ରାମରେ ପ୍ରବଳ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ବି ଆକାଶ ମେଘୁଆ ରହିବ ଓ ବର୍ଷା ହେବାର ସମ୍ଭାବନା ରହିଛି । ପଞ୍ଜାବ,ହରିୟାଣା, ଉତ୍ତରପ୍ରଦେଶ,ରାଜସ୍ଥାନରେ ମଧ୍ୟ ବର୍ଷା ହେବାର ଆଶଙ୍କା ଅଛି । ଶନିବାର ରାତିରେ ସର୍ବାଧିକ ତାପମାତ୍ରା ୧୪.୭ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ରହିଥିଲା । ଆଜି ରବିବାର ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସର୍ବାଧିକ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ରହିପାରେ । ସେହିପରି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଯାଏଁ ରହିବା ଅନୁମାନ କରାଯାଇଛି ।

Leave A Reply

Your email address will not be published.