ରାଜ୍ୟରେ ଗତ ୩ ଦିନ ହେବ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାରକୁ ଖସିଛି । ଫଳରେ ଦ୍ରୁତଗତିରେ ହେଉଥିବା ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ ଲାଗିବା ଏବେ ରାଜ୍ୟବାସୀଙ୍କୁ ସାମାନ ଆଶ୍ୱସ୍ତି ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୯୩୭ ଜଣ ଅଛନ୍ତି ା ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୩୨,କଟକରୁ ୭୮୯,ବାଲେଶ୍ୱରରୁ ୩୪୬,ଯାଜପୁରରୁ ୨୫୩, କଳାହାଣ୍ଡିରୁ ୨୨୬ ମାମଲା ଆସିଛି । ରାଜରେ ମୋଟ ଆକ୍ରାନ୍ତଙ୍କ ସଂଖା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୫ ହଜାର ୩୨୦ । ସେହିପରି ଦିନକରେ ୬ ଜଣ କରୋନାରେ ଆଖି ବୁଜିଛନ୍ତି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ,କନ୍ଧମାଳ,ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୨୦ରେ ପହଞ୍ଚିଛି । ସେପଟେ ଦେଶରେ ଆଜି ଚତୃର୍ଥ ଦିନରେ ମଧ୍ୟ ୩ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି । ତେବେ ଗତକାଲିଠୁ ଆଜି ସାମାନ୍ୟ ସଂକ୍ରମଣ ହ୍ରାସ ପାଇଛି । ଶନିବାର ତୁଳନାରେ ଆଜି ୪ ହଜାର ମାମଲା କମ ଆସିଛି । ଆଜି ୩ ଲକ୍ଷ ୩୩ ହଜାର ୫୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୧୭.୭୮ ପ୍ରତିଶତ । ସେହିପରି ସାପ୍ତାହିକ ସଂକ୍ରମଣ ହାର ରହିଛି ୧୬.୮୭ ପ୍ରତିଶତ ା ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୫୨୫ ଲୋକଙ୍କ ମୃତ୍ରୁ୍ୟ ହୋଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୮୭ ହଜାର ୨୦୫ରେ ପହଞ୍ଚିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରୁ ଦିନକରେ ୪୬ ହଜାର ୩୯୩ ମାମଲା ଆସିଛି। ସେହିପରି ଦିଲ୍ଲୀ ୨୪ ଘଣ୍ଟାରେ ୧୧ ହଜାର ୪୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି।
ପ୍ରମୁଖ ଖବର
କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍, ୧୨,୫୭୨ ଅଯୋଗ୍ୟ ଘୋଷିତ