ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

0

ଓମିକ୍ରନ ଭ୍ୟାରିଆ କୁ ନେଇ ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନର ଉପପ୍ରଜାତି ବିଏ.୨ ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ହୁ କହିଛି । ଦ୍ରୁତ ଗତିରେ ଏହା ବ୍ୟାପୁଛି । ଓମିକ୍ରନର ପ୍ରଥମ ପ୍ରଜାତି ବିଏ-୧ଠାରୁ ବିଏ-୨ଅଧିକ ୩୩ ପ୍ରତିଶତ ସଂକ୍ରାମକ ବୋଲି ଜଣାପଡିଛି । ଏବେ ସୁଦ୍ଧା ୫୭ଟି ଦେଶକୁ ଏହି ଭ୍ୟାରିଆଣ୍ଟ ବ୍ୟାପିସାରିଲାଣି । ଯଦି କେହି ଘରେ ବିଏ-୨ ଭ୍ୟାରିଆଣ୍ଟ ରେ ସଂକ୍ରମିତ ହେଉଛନ୍ତି, ତେବେ ପରିବାରର ଅନ୍ୟ ସଦସ୍ୟଙ୍କୁ ସଂକ୍ରମିତ କରିବାର ୩୯ ପ୍ରତିଶତ ସମ୍ଭାବନା ରହିଥିବା ଗବେଷକ ମାନେ କହିଛନ୍ତି ।

ହୁ ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନାମ କହିଛନ୍ତି, ବିଶ୍ୱରେ ୧୦ ସପ୍ତାହରେ ଚିହ୍ନଟ ହେଲେଣି ୯ କୋଟି ଓମିକ୍ରନ ଆକ୍ରାନ୍ତ । ଯାହାକି ୨୦୨୦ ମସିହାରେ ଚିହ୍ନଟ ହୋଇଥିବା ମାମଲାଠୁ ଢେର ଅଧିକ । ହୁ’ ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନାମ ଏହା ବି କହିଛନ୍ତି, ଯଦି ଓ ଓମିକ୍ରନ ଅନ୍ୟ ପ୍ରଜାତି ପରି ଅତ୍ୟନ୍ତ ମାରାତ୍ମକ ନୁହେଁ । ତେବେ ଏଯାଏଁ ବି ଟଳିନି ଓମିକ୍ରନ ସଂକଟ । ଅନେକ ଦେଶରେ ଏଯାଏ ପିକ୍ ପିରିୟଡ ଆସିନି । ବିପଦ ଟଳିନଥିବାରୁ ସଂପୂର୍ଣ୍ଣ କଟକଣା ହଟାଇବା ଅନୁଚିତ । ବିଶ୍ୱର ଅଧିକାଂଶ ଦେଶରେ ଏବେ ମୃତ୍ୟ ସଂଖ୍ୟା ବଢିବାର ଖବର ଆସୁଥିବାର ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

‘ହୁ’ର ବୈଷୟିକ ମୁଖ୍ୟ ମାରିଆ ଭାନ୍ କାର୍ଖୋଭ ଓମିକ୍ରନ ଶୀଘ୍ର ବ୍ୟାପିବାର କାରଣ କହିଛନ୍ତି। ସେ କହିଛନ୍ତି ଏହାର ପ୍ରଥମ ଓ ମୁଖ୍ୟ କାରଣ ହେଉଛି ଓମିକ୍ରନର ମ୍ୟୁଟେସନ । ଏହା ମାନବ ଶରୀରର କୋଷଗୁଡିକ ସହିତ ସହଜରେ ସଂଯୋଗ କରିବାରେ ସାହାର୍ଯ୍ୟ କରେ ।ଅନ୍ୟ ଏକ କାରଣ ଦର୍ଶାଇ ମାରିଆ କହିଛନ୍ତି, ରୋଗ ପ୍ରତିରୋଧକ ଶକ୍ତିକୁ ସହଜରେ ପ୍ରଭାବିତ କରିବାରେ ସଫଳ ହେଉଛି । ଯାହା ଫଳରେ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ପୁଣି ଶିକାର ହେଉଛନ୍ତି । ଏବଂ ଯେଉଁମାନେ ଦୁଇଟି ଡୋଜ ନେଇସାରିଛନ୍ତି ସେମାନେ ମଧ୍ୟ ଓମିକ୍ରନରେ ସଂକ୍ରମିତ ହେଉଛନ୍ତି ।

Leave A Reply

Your email address will not be published.