ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

0

ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟା ରେ ଦେଶରେ ଏକ ଲକ୍ଷ ୬୧ ହଜାର ୩୮୬ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି ୩.୪ ପ୍ରତିଶତ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ଏବେ ୧୦ ପ୍ରତିଶତରକୁ ତଳକୁ ଖସିଛି । ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଚିନ୍ତାର ବିଷୟ ହେଉଛି ଯେ, ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଛି ।

ଦେଶରେ ଦିନକରେ ୧ ହଜାର ୭୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଲଗାତର ଦ୍ୱିତୀୟ ଦିନରେ ଦେଶରେ ମୃତକଙ୍କ ସଂଖ୍ୟା ହଜାରେ ଉପରେ ରହିଛି । ମଙ୍ଗଳବାର ମଧ୍ୟ ୧୧୯୨ ଜଣ ଓ ସୋମବାର ୯୫୯ ଜଣ କରୋନାରେ ଆଖି ବୁଜିଥିଲେ । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୭ ହଜାର ୯୭୫କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତ ସଂଖ୍ୟା ରହିଛି ୧୬ ଲକ୍ଷ ୨୧ ହଜାର ୬୦୩ । ୨୪ ଘଣ୍ଟା ରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମଧ୍ୟ ଗତ ୨୪ ଘଣ୍ଟା ରେ ୩ ହଜାର ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୩୬ ଜଣ ଅଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୦୧୨ ଜଣ ଥିବା ବେଳେ ସ୍ଥାନୀୟ ଅ ଳରୁ ୧୪୩୮ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୧୪ ମାମଲା ଆସିଛି । ସୁନ୍ଦରଗଡ଼ରୁ ୨୮୭,କଟକରୁ ୨୦୨,ନୂଆପଡ଼ାରୁ ୧୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୭ ହଜାର ୭୬୨ ।

Leave A Reply

Your email address will not be published.