ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଦିଲ୍ଲୀରେ ବି ଝଟ୍‌କା

0

ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି ଓ ଜମ୍ମୁ ସଂଭାଗା ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ଘରର ଆସବାବପତ୍ର ହଲିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ । ରିକ୍ଟର ସ୍ଲେଲରେ ଜମ୍ମୁରେ ଭୂକମ୍ପର ତୀବ୍ରତା ୫.୭ ବୋଲି ଜଣାପଡିଛି । ଆଫଗାନିସ୍ତାନର ତାଜିକିସ୍ତାନ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳୀ । ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ପ୍ରାୟ ୨୦ ସେକେଣ୍ଡ ଧରି ଏହାର ପ୍ରଭାବ ଅନୁଭୂତ ହେଉଥିଲା । ତେବେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଏହା ପୂର୍ବରୁ ଜାନୁଆରୀ ୧୪ରେ ଜମ୍ମୁ କାଶ୍ମୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍ଲେଲରେ ତୀବ୍ରତା ୫.୩ ଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ କାଶ୍ମୀର ପାହାଡିଆ ଅଞ୍ଚଳ ହୋଇଥିବାରୁ ସବୁବେଳେ ଏଠାରେ ଭୂକମ୍ପର ବିପଦ ରହିଛି ।

Leave A Reply

Your email address will not be published.