ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି ଓ ଜମ୍ମୁ ସଂଭାଗା ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ଘରର ଆସବାବପତ୍ର ହଲିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ । ରିକ୍ଟର ସ୍ଲେଲରେ ଜମ୍ମୁରେ ଭୂକମ୍ପର ତୀବ୍ରତା ୫.୭ ବୋଲି ଜଣାପଡିଛି । ଆଫଗାନିସ୍ତାନର ତାଜିକିସ୍ତାନ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳୀ । ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ପ୍ରାୟ ୨୦ ସେକେଣ୍ଡ ଧରି ଏହାର ପ୍ରଭାବ ଅନୁଭୂତ ହେଉଥିଲା । ତେବେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଏହା ପୂର୍ବରୁ ଜାନୁଆରୀ ୧୪ରେ ଜମ୍ମୁ କାଶ୍ମୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍ଲେଲରେ ତୀବ୍ରତା ୫.୩ ଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ କାଶ୍ମୀର ପାହାଡିଆ ଅଞ୍ଚଳ ହୋଇଥିବାରୁ ସବୁବେଳେ ଏଠାରେ ଭୂକମ୍ପର ବିପଦ ରହିଛି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ