ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା

0

ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ୨୦୨୨ର ପ୍ରଥମ ମିସନ ଲଞ୍ଚ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋ ପକ୍ଷରୁ
ପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ ହୋଇଛି । ସୋମବାର ସକାଳୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ରୁ ପ୍ରଥମ ଲଞ୍ଚ ପ୍ୟାଡରୁ ପୋଲାର ସାଟେଲାଇଟ ଯାନ ପିଏସଏଲଭି- ସି୫୨ ଲଞ୍ଚ କରିଛି । ପିଏସଏଲଭି-ସି୫୨ ମିଶନ ୩ଟି ଉପଗ୍ରହ ଉତକ୍ଷେପଣ କରିଛି । ପିଏସଏଲଭି- ସି୫୨ ମାଧ୍ୟମରେ କକ୍ଷପଥକୁ ପୃଥିବ-ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ଇଓଏସ-୦୪ ପଠାଇବା ପାଇଁ ୨୫ ଘଣ୍ଟା ର ଗଣନା ରବିବାର ସକାଳୁ ଆରମ୍ଭ ହୋଇଥିଲା ।

ସୋମବାର ସକାଳ ୫ ଟା ୫୯ ମିନିଟରେ ଏହାର ଉତକ୍ଷେପଣ ହୋଇଛି । ପୋଲାର ସାଟେଲାଇଟ ଲ ଯାନ(ପିଏସଏଲଭି)ମଧ୍ୟ ଏହା ସହିତ ଦୁଇଟି ଛୋଟ ଉପଗ୍ରହ ବହନ କରିବ । ଇଓଏସ-୦୪ ହେଉଛି ଏକ ‘ରାଡାର ଇମେଜିଙ୍ଗ ଉପଗ୍ରହ’ ଯାହାକି କୃଷି, ବନବିଭାଗ, ବୃକ୍ଷରୋପଣ, ମୂର୍ତ୍ତିକାର ଆଦ୍ରତା ଏବଂ ବନ୍ୟା ପରିସ୍ଥିତି ଆକଳନର ଉଚ୍ଚ ଗୁଣର ଚିତ୍ର ଉତ୍ତୋଳନ କରି ପଠାଇବ । ପିଏସଏଲଭି ନିଜ ସହ ଦୁଇଟି ଛୋଟ ଉପଗ୍ରହ ବୋଲ୍ଟରର କଲରାଡୋ ବିଶ୍ୱବିଦ୍ୟାଳୟର ଆଟମୋସଫେରିକ ଓ ସ୍ପେସ ଫିଜିକ୍ସ ଲାବୋରୋଟେରୀ ସହଯୋଗରେ ନିର୍ମିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି)ର ଉପଗ୍ରହ ଇନ୍ସପାଇରସେଟ-୧କୁ ବହନ କରୁଛି।

Leave A Reply

Your email address will not be published.