ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଆମେରିକାର ଦାବି କରୁଛି ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ

0

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ୟୁକ୍ରେନ, ଋଷ ବିବାଦ ନେଇ କୌଣସି ସମାଧାନ ହୋଇପାରିଲାନି । ଏବେ ବିବାଦ ଆହୁରି ଉଗ୍ର ହେବାରେ ଲାଗିଛି । ଋଷ ଚାରିପଟୁ ୟୁକ୍ରେନକୁ ଘେରିସାରିଛି । ଦୁଇ ଦେଶ ମଧ୍ୟରେ ବିବାଦ ଏକ ପ୍ରକାର ଯୁଦ୍ଧ ଆଡକୁ ମୁହାଁଉଥିବା ଆମେରିକା ଦାବି କରିଛି । ଆମେରିକା ଗୁଇନ୍ଦା ସଂସ୍ଥାର କହିବା ଅନୁଯାୟୀ ଏବେ ଋଷ ଲକ୍ଷେ ୩୦ହଜାର ସୈନ୍ୟ ୟୁକ୍ରେନ ସୀମାରେ ଏକାଠି କରିସାରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାଖାପାଖି ଘଂଟାଏ ଧରି ପୁଟିନ୍‌ଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ସେ ୟୁକ୍ରେନ ଉପରେ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ବୁଝାଇବା ସହ ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ହ୍ୱାଇଟ ହାଉସର କହିବା ଅନୁସାରେ ୬୦ ମିନିଟ ଧରି ଚାଲିଥିବା ଏହି ବାର୍ତ୍ତାଳପରେ ସ୍ଥିତି ସୁଧାରିବାର କୌଣସି ସଙ୍କେତ ମିଳିଲାନି ।

ଆମେରିକା ଗୁଇନ୍ଦା ସଂସ୍ଥା ଦାବି କରିଛି ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ଅର୍ଥାତ ୧୬ ତାରିଖ ଦିନ ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ । ୟୁକ୍ରେନକୁ ଘେରିବା ପାଇଁ ମିଜାଇଲ,ଏୟାରଫୋର୍ସ,ନେଭି ଫୋର୍ସ ଓ ସ୍ପେଶାଲ ଫୋର୍ସକୁ ସୀମାରେ ମୁତୟନ କରିଛି ଋଷ । ଏହା ସହ ଗତକାଲି ସମୁଦ୍ରରେ ୬ଟି ଯୁଦ୍ଧ ଜାହାଜକୁ ଓହ୍ଲାଇଛି ଋଷ ସେନା ।ଏହି ୬ଟି ଯୁଦ୍ଧ ଜାହାଜ ଉଭୟ ଜଳ ଓ ସ୍ଥଳ ଭାଗରୁ ଆକ୍ରମଣ କରିବାରେ ସିଦ୍ଧହସ୍ତ । ଅନ୍ୟପଟେ ୟୁକ୍ରେନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛି ଆମେରିକା ।ରବିବାର ବାଇଡେନ ,ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୫୦ ମିନିଟ ଧରି ଆଲୋଚନା କରିଥିଲେ । ବାଇଡେନ ,ୟୁକ୍ରେନକୁ ଭରସା ଦେଇଛି ଯେ, ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଜୋରଦାର ଆକ୍ରମଣ କରିବ ।


Leave A Reply

Your email address will not be published.