ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସାମ୍ବାଦିକଙ୍କୁ ମାଡ଼ ମାରି ବନ୍ଧା ହେଲେ

0

ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁରୀ କଣାସରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା,ବିଜୟ ସ୍ୱାଇଁ, ସୁବାସ ମାଝି, ଉତ୍ତମ ଭୁଜବଳ, ନିକୁଞ୍ଜ ସ୍ୱାଇଁ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢାଉ ଜାରି ରଖିଛି ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ୨ଟି ବୁମ୍‌,ଲାଇଭ ଟେଲିକାଷ୍ଟ ଉପକରଣ ଓ ତାର ବଣ୍ଡଲ ଜବତ କରାଯାଇଛି ।

ଗତକାଲି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନ୍ୟୁଜ ୧୮ ଓ ନ୍ୟୁଜ ୭ରେ ସାମ୍ବାଦିକ ଓ କ୍ୟାରୋମ୍ୟାନ ଆକ୍ରମଣର ଶିକାର ହୋଇଥିଲେ । କ୍ୟାମେରା ସହ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସରଞ୍ଜାମକୁ ଆକ୍ରମଣକାରୀ ଛଡାଇନେଇଥିଲେ । ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ନ୍ୟୁଜ ସେଭେନ ପ୍ରତିନିଧି ସରୋଜ ମଲ୍ଲିକ ଓ କ୍ୟାମେରା ପର୍ସନ ରବିଶଙ୍କର । ନ୍ୟୁଜ ୧୮ର ସୁମନ୍ତ ସୁନ୍ଦରାୟ, କ୍ୟାମେରା ମ୍ୟାନ ଚିତନ ସ୍ୱାଇଁ ମଧ୍ୟ ଆହତ ହୋଇଥିଲେ । ଅଭିଯୋଗ ପରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.