ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ସାମ୍ବାଦିକଙ୍କୁ ମାଡ଼ ମାରି ବନ୍ଧା ହେଲେ

0

ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁରୀ କଣାସରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା,ବିଜୟ ସ୍ୱାଇଁ, ସୁବାସ ମାଝି, ଉତ୍ତମ ଭୁଜବଳ, ନିକୁଞ୍ଜ ସ୍ୱାଇଁ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢାଉ ଜାରି ରଖିଛି ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ୨ଟି ବୁମ୍‌,ଲାଇଭ ଟେଲିକାଷ୍ଟ ଉପକରଣ ଓ ତାର ବଣ୍ଡଲ ଜବତ କରାଯାଇଛି ।

ଗତକାଲି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନ୍ୟୁଜ ୧୮ ଓ ନ୍ୟୁଜ ୭ରେ ସାମ୍ବାଦିକ ଓ କ୍ୟାରୋମ୍ୟାନ ଆକ୍ରମଣର ଶିକାର ହୋଇଥିଲେ । କ୍ୟାମେରା ସହ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସରଞ୍ଜାମକୁ ଆକ୍ରମଣକାରୀ ଛଡାଇନେଇଥିଲେ । ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ନ୍ୟୁଜ ସେଭେନ ପ୍ରତିନିଧି ସରୋଜ ମଲ୍ଲିକ ଓ କ୍ୟାମେରା ପର୍ସନ ରବିଶଙ୍କର । ନ୍ୟୁଜ ୧୮ର ସୁମନ୍ତ ସୁନ୍ଦରାୟ, କ୍ୟାମେରା ମ୍ୟାନ ଚିତନ ସ୍ୱାଇଁ ମଧ୍ୟ ଆହତ ହୋଇଥିଲେ । ଅଭିଯୋଗ ପରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.