ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ହାରିବା ଭୟରେ ରକ୍ତମୁଖା ହେଉଛି ବିଜେପି: ସସ୍ମିତ

0

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନୀ ହିଂସାକୁ ନେଇ ବିଜେପି ବିଜେଡି ଉପରେ ବର୍ଷିବା ପରେ କାଉଣ୍ଟର ଆଟାକ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ହିଂସା ପଛରେ ବିଜେପିର ହାତ ଅଛି । ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, ବିଜେଡି ଏକ ଶାନ୍ତିପ୍ରିୟ ଦଳ । ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ନିର୍ବାଚନରେ ହିଂସାର ସ୍ଥାନ ନାହିଁ । କିନ୍ତୁ ନିର୍ବାଚନ ଆସିଲେ ବିଜେପି ଏଭଳି ରକ୍ତମୁଖା ହୁଏ । ଓଡିଶାବାସୀ ଏହାର ଅନେକ ଉଦାହରଣ ଦେଖିଛନ୍ତି । ବିଜେପୁର ଉପ ନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଓ ଯୁବମୋର୍ଚ୍ଚା ସଭାପତି ଗିରଫ ହୋଇ ଜେଲ ଯାଇଥିଲେ ।

କିନ୍ତୁ ବିଜେପି ପ୍ରଶ୍ନ କରୁଛି, ବିଜେଡି ନିର୍ବାଚନୀ ହିଂସା କରୁଛି । ପିପିଲିରେ ବିଜେଡି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରିବା,ଗୋଷାଣୀରେ ସରପଞ୍ଚ ପ୍ରାର୍ଥୀଙ୍କୁ କିଭଳି ବିଜେପି ଆକ୍ରମଣ କରିଥିଲା ତାହା ରାଜ୍ୟବାସୀ ଦେଖିଛନ୍ତି । ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୋଲିଂରେ ଦଳକୁ ପରାଜୟ ଆଶଙ୍କା ଘାରିଛି । ସେଥିପାଇଁ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି ସସ୍ମିତ । ନିର୍ବାଚନ ଆସିଲେ ବିଜେପି ଉତ୍ତର ପ୍ରଦେଶ, ବିହାର ମଡେଲ ଆପଣାଏ । ଧମକଚମକ ଦେଇ ନିର୍ବାଚନ ପାର ହେବାକୁ ଚେଷ୍ଟା କରନ୍ତି । ଆଉ ଏହି ହିଂସା ଆଚରଣ ଯୋଗୁ ଓଡିଶାବାସୀ ବିଜେପିକୁ ପ୍ରତ୍ୟାଖାନ କରିଥିଲେ ଏଥର ବି କରିବେ ବୋଲି ବିଜେପିକୁ କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

Leave A Reply

Your email address will not be published.