ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଜିଠୁ ରିମାଣ୍ଡରେ ନକଲି ଡାକ୍ତର

0

ଖୋଲିବ ନକଲି ଡାକ୍ତରଙ୍କ ଅସଲ ଗୁମର । ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର । ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ଅଧିକ ଖୋଳତାଡ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ମଧ୍ୟ ରାଜ୍ୟ ବାହାରକୁ ଯାଇ ଖୁବଶୀଘ୍ର ଛାନଭିନ କରିଛି । ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ରମେଶଙ୍କ ମୋବାଇଲ ଫୋନ, ହ୍ୱାଟସ ଆପ ଚାଟିଂ, କଲ ରେକର୍ଡକୁ ଆଧାର କରି ପୁଲିସ ୧୨୦ରୁ ଅଧିକ ମହିଳାଙ୍କ ସହ ଯୋଗାଯୋଗ କରିଛି । ଆହୁରି ୧୦ରୁ ଅଧିକ ମହିଳା ରମେଶଙ୍କୁ ବିବାହ କରିବାକୁ ଲାଇନରେ ଥିବା କଲ ରେକର୍ଡରୁ ଜଣାପଡିଛି। ସମ୍ପୃକ୍ତ ମହିଳାଙ୍କ ସହ ତଦନ୍ତକାରୀ ଟିମ ଯୋଗଯୋଗ କରିଛି । ସେମାନେ ଦେଶର ବିଭିନ୍ନ ସ୍ଥାନର ହୋଇଥିବା ବେଳେ ଅଧିକ ଖୋଳତାଡ଼ ପାଇଁ ରାଜ୍ୟ ବାହାରକୁ ଯିବ ସ୍ୱତନ୍ତ୍ର ଟିମ୍ ।

ରିମାଣ୍ଡ ସମୟରେ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ଗୁମର ଖୋଲିବା ସହ ଠକେଇର ଶିକାର ମହିଳା ଓ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ ଠକେଇ ସଂଖ୍ୟା ବଢିଚାଲିଥିବା ବେଳେ ରିମାଣ୍ଡ ଅବଧି ସମୟରେ ଆହୁରି ବହୁ ସଂଖ୍ୟାରେ ଅଭିଯୋଗ ଆସିବ ବୋଲି ଅନୁମାନ କରାଯାଉଛି । ରମେଶ ବିବାହର ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେ ପହଞ୍ଚି ଥିବା ପୁଲିସ କହିଛି । ଯେଉଁ ମହିଳାମାନଙ୍କୁ ରମେଶ ଛଳନା କରିଛି ,ସେମାନେ ଯଦି ଚାହିଁବେ, ପୁଲିସ ଅଭିଯୋଗ ଗ୍ରହଣ କରିବ । ଏପରିକି ସ୍ୱତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବ ବୋଲି ଜଣାପଡିଛି । ନକଲି ଡାକ୍ତର ଜଣକ ମାଟ୍ରିକ ଫେଲ ବୋଲି ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.