ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପଞ୍ଜାବ,ୟୁପିରେ ପଡୁଛି ଭୋଟ

0

ଆଜି ପଞ୍ଜାବ ବିଧାନସଭା ନିର୍ବାଚନ । ୧୧୭ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ସକାଳ ୮ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି , ସନ୍ଧ୍ୟା ୬ ଯାଏଁ ଚାଲିବ। ମଇଦାନରେ ରହିଛନ୍ତି ହଜାରେ ୩୦୪ ପ୍ରାର୍ଥୀ । ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ଅଛନ୍ତ । ୨ କୋଟି ୧୪ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଚଳିତ ଥର ପଞ୍ଜାବ ନିର୍ବାଚନରେ କିଛି ଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳିବ । କାରଣ ବହୁ ବର୍ଷର ବିଜେପି ମେଣ୍ଟ ଭାଙ୍ଗିଥିବାରୁ ଉଭୟ ଅଲଗା ଲଢୁଛନ୍ତି।

କଂଗ୍ରେସ ଛାଡି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱତ ସିଂ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ସେହିପରି ଉ ରପ୍ରଦେଶରେ ମଧ୍ୟ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି। ୟୁପିର ୧୬ ଜିଲ୍ଲାର ୫୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି।ପ୍ରାୟ ୨
କୋଟି ୧୬ ଲକ୍ଷ ଭୋଟର ୬୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତୃତୀୟ ପର୍ଯ୍ୟାୟ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ଆସନରୁ ସମାଜ ବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଉ ଅଖିଳେଶଙ୍କୁ ଟକ୍କର ଦେଉଛନ୍ତି ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଏସପି ସିଂ ବଘେଲ । ସେହିପରି ଶିବପାଲ ସିଂ ଯାଦବଙ୍କ ଯଶୋବନ୍ତପୁରରେ ମଧ୍ୟ ମତଦାନ ହେଉଛି ।

Leave A Reply

Your email address will not be published.