ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଲାଲୁଙ୍କୁ ୫ ବର୍ଷ ଜେଲ

0

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ । ଚାରା ଘୋଟାଲା ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ୫ ବର୍ଷର ଜେଲ ଦଣ୍ଡାଦେଶ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ରହିଛି । ତେବେ ଲାଲୁଙ୍କ ଓକିଲ କହିଛନ୍ତି ,ଖୁବ ଶୀଘ୍ର ତାଙ୍କ ଜାମିନ ଆବେଦନ କରାଯିବ । ଜାମିନ ନମିଳିଲେ ଲାଲୁଙ୍କୁ ପୁଣି ଥରେ ଜେଲରେ ରହିବାକୁ ପଡିବ ।

ଗତ ମଙ୍ଗଳବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋରନ୍ଦା ଟ୍ରେଜେରିରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠାଣ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁଙ୍କ ସହିତ ଅନ୍ୟ ୭୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ପୂର୍ବରୁ ଚାରା ଘୋଟାଲା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପୂର୍ବରୁ ୪ଟି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ୩୬ ମାସ ଜେଲ ଦଣ୍ଡ ଭୋଗି ସାରିଥିବାରୁ ଲାଲୁ ଏବେ ଜାମିନରେ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ପାଇଁ ଲାଲୁଙ୍କୁ ଜାମିନ ମିଳିଛି । ଗତ ଫେବୃଆର ୧୫ରେ ସିବିଆଇ ସ୍ପେଶାଲ କୋର୍ଟ ଚାରା ଦୁର୍ନୀତି ମାମଲାର ଶୁଣାଣି କରିଥିଲେ । କିନ୍ତୁ ରାୟ ଦେଇନଥିଲେ । ଆଜି ଅନଲାଇନରେ ମାମଲାର ଶୁଣାଣି ହୋଇଥିଲା । ଲାଲୁ ମଧ୍ୟ ଅନଲାଇନ ଶୁଣାଣିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.