ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା, ମିଳିଲା ଅନୁମତି

0

ଦେଶରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସିଛି । କିନ୍ତୁ ବିପଦ ସଂପୂର୍ଣ୍ଣ ଟଳିନି । କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ଜୋରଦାର କରାଯାଉଛି । ଏବେ କରୋନା ବିରୋଧୀ ଲଢେଇ ପାଇଁ ଆଉ ଏକ ଅସ୍ତ୍ର ମିଳିଯାଇଛି । ସ୍ୱଦେଶୀ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀକାଳିନ ଅନୁମତି ମିଳିଛି । ୧୨ରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ ଏହା ପ୍ରଥମେ ବ୍ୟବହାର କରାଯିବ । ହାଇଦ୍ରାବାଦର ଫାର୍ମା କମ୍ପାନୀ ‘ବାୟୋଲୋଜିକାଲ-ଇ’ର କରୋନା ଟିକା କୋର୍ବେଭାକ୍ସର ଜରୁରୀକାଳିନ ବ୍ୟବହାରୀ ପାଇଁ ଡିସିଜିଆଇ ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ଭାରତରେ ନିର୍ମିତ ଏହା ତୃତୀୟ ସ୍ୱଦେଶୀ କରୋନା ଟିକା । ଶୁଳ୍କକୁ ହଟେଇ ଭ୍ୟାକସିନର ମୂଲ୍ୟ ପ୍ରାୟ ୧୪୫ ଟଙ୍କା ହେବ ବୋଲି ଜଣାପଡିଛି ।

ଭାରତ ସରକାର କୋର୍ବେଭାକ୍ସର ୫ କୋଟି ଡୋଜ କିଣିବାକୁ ଆଦେଶ ଦେଇଥିଲେ । ଜାନୁଆରୀ ଶେଷ ସୁଦ୍ଧା ଟିକା ଉପଲବ୍ଧ କରିବା ପାଇଁ ଅର୍ଡର ଜାରି କରାଯାଇଥିଲା । ସୂଚନା ଅନୁସାରେ ୨୦୨୧, ଜୁନ ୨ରେ ବାୟାଲୋଜିକାଲ ଇ ଠାରୁ କୋର୍ବେଭାକ୍ସ କିଣିବା ପାଇଁ ସରକାର ଅଗ୍ରୀମ ଆକାରରେ ୧୫୦୦ କୋଟି ଟଙ୍କା ଦେଇଛନ୍ତି । କରୋନା ବିରୋଧୀ ଲଢେଇରେ ଏହି ଟିକା ଅଧିକ ସହାୟକ ବୋଲି ଆଶା ରହିଛି ।

Leave A Reply

Your email address will not be published.