ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବିବାଦ ବଢାଇଲା ୟୁକ୍ରେନ ଉପରେ ପୁଟିନଙ୍କ ଘୋଷଣା!

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି । ପୁଟିନ କହିଛନ୍ତି, ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ୟୁକ୍ରେନର ଡୋନତସ୍କ ଓ ଲୁଙ୍ଗସ୍କକୁ ଦେଶ ମାନ୍ୟତା ଦେବାକୁ ଋଷ ବିଚାର କରିଥିବା ପୁଟିନ କହିଛନ୍ତି । ଋଷର ଏହି ନିଷ୍ପତ୍ତି ପରେ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି ।
ୟୁକ୍ରେନ ଅଧିନରେ ଥିବା ଅଞ୍ଚଳକୁ ଋଷ ଏପରି ମାନ୍ୟତା ପ୍ରଦାନ କରିବା ନୂଆ ବିବାଦ ସୃଷ୍ଟି କରିଛି । ପୁଟିନ କହିଛନ୍ତି, ଡୋନତସ୍କ ଓ ଲୁଗାନସ୍କକୁ ସ୍ୱାଧୀନତା ଓ ସାର୍ବାଭୌମତ୍ୟ ସ୍ୱୀକୃତି ଦେବା ପାଇଁ ଦୀର୍ଘଦିନରୁ ବିଚାର ଚାଲିଥିଲା । ଏବେ ଦୁଇ କ୍ଷେତ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦେବାର ଆବଶ୍ୟକତା ରହିଛି । ମାନ୍ୟତା ପ୍ରଦାନ ନେଇ କହିବା ପରେ ଏହି ଦୁଇ ଅଞ୍ଚଳକୁ ଋଷ ସରକାର ଯୁଦ୍ଧ ତୋପ ଓ ଯବାନ ପଠାଇଛନ୍ତିା ଏହାକୁ ନେଇ ୟୁକ୍ରେନ ଓ ଏହାକୁ ସମର୍ଥନ କରୁଥିବା ଦେଶ ଗୁଡିକ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି ।

ପୁଟିନ କହିଛନ୍ତି, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଆମେରିକା ଓ ନାଟୋର ଦଖଲକୁ ଋଷ ପସନ୍ଦ କରୁନି । ଋଷ ଚାହୁଁନି ୟୁକ୍ରେନ ଏବେ ନାଟୋରେ ସାମିଲ ହେଉ । ଏହାରି ଭିତରେ ଆମେରିକା ସମେତ ପାଶ୍ଚାତ ଦେଶ ଆଶଙ୍କା କରୁଛନ୍ତି ଯେ, ଋଷରେ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ବେଲାଋଷ ଓ ଋଷ ସେନା ମିଳିତ ଭାବେ ୟୁକ୍ରେନ ସୀମାରେ ଜୋରଦାର ସମରାଭ୍ୟାସ କରିଛନ୍ତି । ସେହିପରି ଋଷ ସୀମା ପାର କରି ଋଷିଆ ସୀମାରେ ପ୍ରବେଶ କରିଥିବା ୫ ୟୁକ୍ରେନ ସୈନ୍ୟଙ୍କୁ ମାରି ଦେଇଥିବା ଋଷିଆ ଦାବି କରିଛି । ଏହା ଛଡା ଋଷ ସୀମାରେ ପ୍ରବେଶ କରୁଥିବା ଦୁଇ ଯୁଦ୍ଧ ଯାନକୁ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି ।କିନ୍ତୁ ଋଷ ଦାବିକୁ ଖାରଜ କରିଛି ୟୁକ୍ରେନ ।

Leave A Reply

Your email address will not be published.