ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବିବାଦ ବଢାଇଲା ୟୁକ୍ରେନ ଉପରେ ପୁଟିନଙ୍କ ଘୋଷଣା!

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି । ପୁଟିନ କହିଛନ୍ତି, ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ୟୁକ୍ରେନର ଡୋନତସ୍କ ଓ ଲୁଙ୍ଗସ୍କକୁ ଦେଶ ମାନ୍ୟତା ଦେବାକୁ ଋଷ ବିଚାର କରିଥିବା ପୁଟିନ କହିଛନ୍ତି । ଋଷର ଏହି ନିଷ୍ପତ୍ତି ପରେ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି ।
ୟୁକ୍ରେନ ଅଧିନରେ ଥିବା ଅଞ୍ଚଳକୁ ଋଷ ଏପରି ମାନ୍ୟତା ପ୍ରଦାନ କରିବା ନୂଆ ବିବାଦ ସୃଷ୍ଟି କରିଛି । ପୁଟିନ କହିଛନ୍ତି, ଡୋନତସ୍କ ଓ ଲୁଗାନସ୍କକୁ ସ୍ୱାଧୀନତା ଓ ସାର୍ବାଭୌମତ୍ୟ ସ୍ୱୀକୃତି ଦେବା ପାଇଁ ଦୀର୍ଘଦିନରୁ ବିଚାର ଚାଲିଥିଲା । ଏବେ ଦୁଇ କ୍ଷେତ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦେବାର ଆବଶ୍ୟକତା ରହିଛି । ମାନ୍ୟତା ପ୍ରଦାନ ନେଇ କହିବା ପରେ ଏହି ଦୁଇ ଅଞ୍ଚଳକୁ ଋଷ ସରକାର ଯୁଦ୍ଧ ତୋପ ଓ ଯବାନ ପଠାଇଛନ୍ତିା ଏହାକୁ ନେଇ ୟୁକ୍ରେନ ଓ ଏହାକୁ ସମର୍ଥନ କରୁଥିବା ଦେଶ ଗୁଡିକ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି ।

ପୁଟିନ କହିଛନ୍ତି, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଆମେରିକା ଓ ନାଟୋର ଦଖଲକୁ ଋଷ ପସନ୍ଦ କରୁନି । ଋଷ ଚାହୁଁନି ୟୁକ୍ରେନ ଏବେ ନାଟୋରେ ସାମିଲ ହେଉ । ଏହାରି ଭିତରେ ଆମେରିକା ସମେତ ପାଶ୍ଚାତ ଦେଶ ଆଶଙ୍କା କରୁଛନ୍ତି ଯେ, ଋଷରେ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ବେଲାଋଷ ଓ ଋଷ ସେନା ମିଳିତ ଭାବେ ୟୁକ୍ରେନ ସୀମାରେ ଜୋରଦାର ସମରାଭ୍ୟାସ କରିଛନ୍ତି । ସେହିପରି ଋଷ ସୀମା ପାର କରି ଋଷିଆ ସୀମାରେ ପ୍ରବେଶ କରିଥିବା ୫ ୟୁକ୍ରେନ ସୈନ୍ୟଙ୍କୁ ମାରି ଦେଇଥିବା ଋଷିଆ ଦାବି କରିଛି । ଏହା ଛଡା ଋଷ ସୀମାରେ ପ୍ରବେଶ କରୁଥିବା ଦୁଇ ଯୁଦ୍ଧ ଯାନକୁ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି ।କିନ୍ତୁ ଋଷ ଦାବିକୁ ଖାରଜ କରିଛି ୟୁକ୍ରେନ ।

Leave A Reply

Your email address will not be published.