ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

‘ତପସ୍ୱିନୀକୁ ୧୭ ହଜାର ନୁହେଁ ମାସକୁ ମିଳିବ ୧୦ ହଜାର’

0

ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦ ମାମଲା । ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ୧୭ ହଜାର ବଦଳରେ ୧୦ ହଜାର ମିଳିବ । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ପୂର୍ବରୁ ସୁମିତଙ୍କୁ , ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସକୁ ୧୭ ହଜାର ଟଙ୍କା ଦେବାକୁ ତଳକୋର୍ଟଙ୍କ ନିର୍ଦ୍ଦେଶ ଥିଲା । ତପସ୍ୱିନୀଙ୍କ ଅନ୍ୟତ୍ର ରହଣି ଲାଗି ବ୍ୟବସ୍ଥା କରାଯାଉଥିବା ସୁମିତଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶ୍ୱଶୁର ଘରେ ରହିବେ ବୋଲି କହିଛନ୍ତି କୋର୍ଟ ।

ତପସ୍ୱିନୀ କହିଛନ୍ତି, ସ୍ୱାମୀ ଆଗରେ ଟଙ୍କା ଜରୁରୀ ନୁହେଁ । କୋର୍ଟ ନିର୍ଦ୍ଦେଶ ଦେବା ପରଠୁ ୨ ମାସ ବଦଳରେ ମାସକର ଟଙ୍କା ମିଳିଥିବାବେଳେ ଏହା ଗୁରୁତ୍ୱ ବହନ କରେନି ବୋଲି ତପସ୍ୱିନୀ କହିଥିଲେ । ସେହ କହିଛନ୍ତି, ମୁଁ ଭୋକ ଉପାସରେ ୪୭ ଦିନ ବାହାରେ ବସିଥିଲି । ବିନା ଟଙ୍କାରେ ବି ରହିପାରିବି । ମୋ ପାଇଁ ମୋ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ବୋଲି ତପସ୍ୱିନୀ କହିଛନ୍ତି । ହେଲେ ତପସ୍ୱିନୀଙ୍କୁ ୨ ମାସ ବଦଳରେ ମାସକର ଟଙ୍କା ଦିଆଯାଇଥିବା ତପସ୍ୱିନୀଙ୍କ ଓକିଲ କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୁମିତଙ୍କ ଓକିଲ । ସେ କହିଛନ୍ତି,ପ୍ରତ୍ୟେକ ମାସର ୧୦ ତାରିଖରେ ଟଙ୍କା ଦେବାକୁ କୋର୍ଟ କହିଥିଲେ । ଏଣୁ ମାସ ପୁରିବା ପରେ ଟଙ୍କା ଦିଆଯାଇଛି ।

Leave A Reply

Your email address will not be published.