ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଦୁଇ ମହାଶକ୍ତି ଆମେରିକା-ଋଷ ମୁହାଁମୁହିଁ

0

ୟୁକ୍ରେନ ସଙ୍କଟ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ମହାଶକ୍ତି ଆମେରିକା ଓ ଋଷ। ଗୋଟେ ପଟେ ଋଷ ସେନାର ଟ୍ରକ ଗୁଡିକ ୟୁକ୍ରେନ ଆଡକୁ ଯାଉଥିବା ବେଳେ ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗକୁ ବଢିବାକୁ ନିଜ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଅନୁସାରେ, ଋଷ ସେନାର ୧୦୦ରୁ ଅଧିକ ଟ୍ରକ ୟୁକ୍ରେନ ସୀମା ଆଡକୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀ ଏନେଇ ରଏଟର୍ସକୁ ସୂଚନା ଦେଇଛନ୍ତି । କିନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ଅସ୍ୱୀକାର କରିଛନ୍ତି । ଏପରି କିଛି ହୋଇନାହିଁ ।କିନ୍ତୁ ପୂର୍ବ ବୈଠକର ସର୍ତ୍ତକୁ ଆଧାର କରି ଋଷ ନିଜ ସେନାକୁ ମୁତୟନ କରିବ ବୋଲି କହିଛନ୍ତି ପୁଟିନ୍ ।

ଏବେ ଯୁକ୍ରେନକୁ ସେନା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇନି । କିନ୍ତୁ ସ୍ଥିତି ଦେଖି ସୈନ୍ୟ ମୁତୟନ ଲାଗି ନିଷ୍ପତ୍ତି ନିଆଯିବ ବୋଲି ପୁଟିନ କହିଛନ୍ତି । ତେବେ ପୁଟିନ କହିଛନ୍ତି ଯଦି ୟୁକ୍ରେନ ନାଟୋରେ ସାମିଲ ନହୁଏ ତେବେ ଯାଇ ସମ୍ଭାବ୍ୟ ଯୁଦ୍ଧ ରୋକାଯାଇପାରିବ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି । ଋଷ ସେନା ୟୁକ୍ରେନ ଆଡକୁ ବଢିବା ଖବର ଭିତରେ ଆମେରିକାର ବୟାନ ଆସିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ନାଟୋ ବାଲାଷ୍ଟିକର ସହଯୋଗୀ ଦେଶକୁ ବଞ୍ଚାଇବାକୁ ଆମେରିକା ନିଜ ସେନାକୁ ଖୁବ ଶୀଘ୍ର ପଠାଇବ।

Leave A Reply

Your email address will not be published.