ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଦୁଇ ମହାଶକ୍ତି ଆମେରିକା-ଋଷ ମୁହାଁମୁହିଁ

0

ୟୁକ୍ରେନ ସଙ୍କଟ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ମହାଶକ୍ତି ଆମେରିକା ଓ ଋଷ। ଗୋଟେ ପଟେ ଋଷ ସେନାର ଟ୍ରକ ଗୁଡିକ ୟୁକ୍ରେନ ଆଡକୁ ଯାଉଥିବା ବେଳେ ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗକୁ ବଢିବାକୁ ନିଜ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଅନୁସାରେ, ଋଷ ସେନାର ୧୦୦ରୁ ଅଧିକ ଟ୍ରକ ୟୁକ୍ରେନ ସୀମା ଆଡକୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀ ଏନେଇ ରଏଟର୍ସକୁ ସୂଚନା ଦେଇଛନ୍ତି । କିନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ଅସ୍ୱୀକାର କରିଛନ୍ତି । ଏପରି କିଛି ହୋଇନାହିଁ ।କିନ୍ତୁ ପୂର୍ବ ବୈଠକର ସର୍ତ୍ତକୁ ଆଧାର କରି ଋଷ ନିଜ ସେନାକୁ ମୁତୟନ କରିବ ବୋଲି କହିଛନ୍ତି ପୁଟିନ୍ ।

ଏବେ ଯୁକ୍ରେନକୁ ସେନା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇନି । କିନ୍ତୁ ସ୍ଥିତି ଦେଖି ସୈନ୍ୟ ମୁତୟନ ଲାଗି ନିଷ୍ପତ୍ତି ନିଆଯିବ ବୋଲି ପୁଟିନ କହିଛନ୍ତି । ତେବେ ପୁଟିନ କହିଛନ୍ତି ଯଦି ୟୁକ୍ରେନ ନାଟୋରେ ସାମିଲ ନହୁଏ ତେବେ ଯାଇ ସମ୍ଭାବ୍ୟ ଯୁଦ୍ଧ ରୋକାଯାଇପାରିବ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି । ଋଷ ସେନା ୟୁକ୍ରେନ ଆଡକୁ ବଢିବା ଖବର ଭିତରେ ଆମେରିକାର ବୟାନ ଆସିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ନାଟୋ ବାଲାଷ୍ଟିକର ସହଯୋଗୀ ଦେଶକୁ ବଞ୍ଚାଇବାକୁ ଆମେରିକା ନିଜ ସେନାକୁ ଖୁବ ଶୀଘ୍ର ପଠାଇବ।

Leave A Reply

Your email address will not be published.