ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ହାତ ଟେକିଦେଲା ଆମେରିକା, କହିଲା ୟୁକ୍ରେନକୁ ପଠାଇବ ନାହିଁ ସେନା

0

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ନିନ୍ଦା କରିଛନ୍ତି । ବାଇଡେନ କହିଛନ୍ତି ଯେ, ଆମକୁ ପ୍ରଥମରୁ ଜଣାଥିଲା ଯେ ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବ । ପୁଟିନ ହେଉଛନ୍ତି ଆକ୍ରମଣକାରୀ, ସେ ଯୁଦ୍ଧର ରାସ୍ତା ବାଛିଲେ । କିନ୍ତୁ ପୁଟିନ ଆଉ ତାଙ୍କ ଦେଶ ଋଷକୁ ଏହାର ପରିଣାମ ଭୋଗିବାକୁ ପଡିବ । ବିଶ୍ୱରେ ଅଧିକାଂଶ ଦେଶ ଋଷ ବିରୋଧରେ । ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ବାଇଡେନ ।

ବାଇଡେନ କହିଛନ୍ତି, ଆମେରିକା ଉପରେ ଯୁଦ୍ଧର ପ୍ରଭାବ ପଡିପାରେ । ୟୁକ୍ରେନରେ ଫସିଥିବା ଆମେରିକୀୟ ସୁରକ୍ଷା ଆମର ପ୍ରାଥମିକତା । ଆମେରିକା ଏହି ସାଇବର ଆକ୍ରମଣର ଜବାବ ଦେବାକୁ ପ୍ରସ୍ତତ ଅଛି । ତେବେ ବାଇଡେନ ପୁଣି ଥରେ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ୟୁକ୍ରେନକୁ ନିଜର ସେନା ପଠାଇବେ ନାହିଁ । ତେବେ ସେ ନାଟୋ ଦେଶ ପାଇଁ ବାହାରିବେ । ନାଟୋ ଦେଶର ଗୋଟେ ଇଞ୍ଚର ଜମିକୁ ବି ସେ ସୁରକ୍ଷା ଦେବେ ବୋଲି କହିଛନ୍ତି । ଏତିକି ହିଁ ନୁହେଁ ସେ ଏହା ବି କହିଛନ୍ତି ଯେ, ତାଙ୍କର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନାର କୌଣସି ଯୋଜନା ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେ ଜି-୭ ଦେଶ ମିଶିକି ଋଷକୁ ଜବାବ ଦେବୁ । ଭିଟିବି ସମେତ ଋଷର ୪ ଅନ୍ୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯିବ । ପୁଟିନ ପୂର୍ବ ସୋଭିଏତ ସଂଘ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଏହି ସ୍ୱପ୍ନ ତାଙ୍କର କେବେ ପୂରଣ ହେବ ନାହିଁ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.