ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଜି କିବ୍‌କୁ କବ୍‌ଜା କରିପାରେ ଋଷ ସେନା!

0

ଋଷର ଆକ୍ରମଣ ପରେ ୟୁକ୍ରେନରେ ଜଳୁଛି ନିଆଁ । ୟୁକ୍ରେନର ରାଜଧାନୀ କିବ୍‌ରେ ପ୍ରବେଶ କରିଛି ଋଷ ସେନା । ଆଜି ବି କିବ୍‌ରେ ଭୟ୍‌ଙ୍କର ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନର ଦକ୍ଷିଣ ପୂର୍ବ ଅଞ୍ଚଳରେ ୬ଟି ମିସାଇଲ ମାଡ଼ କରିଛନ୍ତି ଋଷ ସେନା । ୟୁକ୍ରେନର ବିଭିନ୍ନ ବିମାନବନ୍ଦରରେ ମଧ୍ୟ ମିସାଇଲ ମାଡ଼ ହୋଇଛି । ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଜି କିବର ମଧ୍ୟଭାଗରେ ୨ଟି ବିସ୍ଫୋରଣ ଓ ପୂର୍ବଭାଗରେ ଗୋଟିଏ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଛି । ଋଷ ସେନା କିବ୍ ଅଭିମୁଖେ ଅଗ୍ରସର ହେଉଥିବା ୟୁକ୍ରେନ ଦାବି କରିଛିା ସେପଟେ ଋଷର ୨ଟି ଯୁଦ୍ଧ ବିମାନକୁ ୟୁକ୍ରେନ ଖସାଇଥିବା ଦାବି କରିଛି ।

ୟୁକ୍ରେନ ସେନାର କମାଣ୍ଡର ଇନ୍ ଚିଫ ବାଲେରି ଜାଏଜୁନି ଦାବି କରିଛନ୍ତି ଯେ, ସେମାନେ ଋଷ ସେନାର ୩୦ ଟ୍ୟାଙ୍କକୁ ନଷ୍ଟ କରିଦେଇଛନ୍ତି । ୭ ଏୟାରକ୍ରାଫ୍ଟ ଓ ୬ ହେଲିକପ୍ଟରକୁ ମାରି ଖସାଇଛନ୍ତି । ଯାହା ମଧ୍ୟରେ ରହିଛି ଅତ୍ୟାଧୁନିକ ସୁଖୋଇ ଏସ ୩୦ ଯୁଦ୍ଧ ବିମାନ । ଏପରିକି ୨୫ ଋଷ ସେନା ୟୁକ୍ରେନ ସେନା ଆଗରେ ଆତ୍ମସମର୍ପଣ କରିଥିବା ମଧ୍ୟ ଦାବି କରିଛନ୍ତି । ସେହିପରି ଋଷିଆର ମୁକାବିଲା କରିବା ପାଇଁ ସାଧାରଣ ନାଗରିକଙ୍କୁ ଅସ୍ତ୍ରଶସ୍ତ୍ର ଦେଲା ୟୁକ୍ରେନ। ଲୋକଙ୍କୁ ପ୍ରାୟ ୧୦ ହଜାର ଆସଲ୍ଟ ରାଇଫଲ ଦେଇଥିବା କିବ ମିଡିଆରେ ପ୍ରକାଶ ପାଇଛି । ଋଷିଆ ପ୍ରାୟ ୨୦୩ଟି ରକେଟ ମାଡ଼ କରିଥିବା ୟୁକ୍ରେନ ସୂଚନା ଦେଇଛି । ଋଷିଆ ସେନାର ଆକ୍ରମଣରେ ୧୩୭ ୟୁକ୍ରେନ ସେନା ଓ ନାଗରିକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.