ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

0

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଗତ ଦୁଇ ବର୍ଷ ହେବ କୋଭିଡ ନିୟମରେ ଜାଗର ପାଳନ ହେଉଛି । ଚଳିତ ଥର ମଧ୍ୟ ସଂକ୍ରମଣ କମିଥିଲେ ବି କରୋନାର ଭୟ ଟଳିନଥିବାରୁ ବିଭିନ୍ନ କଟକଣା ଲଗାଇଛି ପ୍ରଶାସନ ।ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ମାନଙ୍କରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । କରୋନା କଟକଣାରେ ଭକ୍ତ ମାନେ ଦର୍ଶନ କରୁଛନ୍ତି । ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମନ୍ଦିର ବେଢାରେ ଭକ୍ତମାନେ ସାମାଜିକ ଦୂରତା ରଖି ଦୀପ ଦାନ କରୁଛନ୍ତି । ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବା ବେଳେ ଆଡ଼ କାଠ ଯାଏଁ ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ରାତି ୧୦ଟାରେ ମହାଦୀପ ଉଠିବ ।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ଆଠଗଡ଼ର ଧବଳେଶ୍ୱର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ୱରର ପ ଲିଙ୍ଗେଶ୍ୱର,ପୁରୀର ଲୋକନାଥ ପୀଠ, କୋରପୁଟର ଗୁପ୍ତେଶ୍ୱର ମନ୍ଦିରେ ମହାଶିବରାତ୍ରୀ ମହାଆଡମ୍ବରରେ ପାଳିତ ହେଉଛି । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଏ ବର୍ଷ ଫିକା ପଡିବ ଜାଗର ପର୍ବ । କୋଭିଡ କଟକଣା ପାଇଁ ପୀଠରେ ୧୪୪ ଧାରା ଲଗାଯାଇଛି । ସକାଳ ୫ରୁ ୨ ତାରିଖ ସନ୍ଧ୍ୟା ୭ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ମଧ୍ୟରାତ୍ରରେ ବାବା ଧବଳେଶ୍ୱରଙ୍କଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠିବ ।

Leave A Reply

Your email address will not be published.