ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ପଞ୍ଚାୟତ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

0

ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ । ଅଧିକାଂଶ ସ୍ଥାନରେ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କେଉଁ ଆସନ କାହା ହାତକୁ ଗଲା ତାହା ସାମନାକୁ ଆସିବାରେ ଲାଗିଛି । ତେବେ ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ ନିର୍ବାଚନରେ ବହୁ ଭୋଟରେ ପରାସ୍ତ ହୋଇଛନ୍ତି । ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ ଅଞ୍ଜଳି ବେହେରା । ହେଲେ ବିଜେପି ଶିବରକୁ ଯିବା ପରେ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ ବି ପରାଜୟର ସାମନା କରିଛନ୍ତି ।

ହିନ୍ଦୋଳ ବ୍ଲକର ଗିରିଧାରୀ ପ୍ରସାଦ ପଞ୍ଚାୟତରୁ ସମିତ ସଭ୍ୟ ପ୍ରାର୍ଥୀ ଭାବେ ସେ ପ୍ରତିଦ୍ୱନ୍ଦିତା କରୁଥିଲେ । ଯେଉଁ ଆସନ ସଂରକ୍ଷିତ ରହିଥିଲା । କୁହାଯାଉଛି ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଆଶାୟୀ ଥିଲେ ଅଞ୍ଜଳି ବେହେରା । ହେଲେ ତାଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଅଞ୍ଜଳି ବେହେରା ହିନ୍ଦୋଳ ଆସନରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ବିଧାୟିକ ଥିଲେ । ସେ ନବୀନ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.