ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପଞ୍ଚାୟତ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

0

ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ । ଅଧିକାଂଶ ସ୍ଥାନରେ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କେଉଁ ଆସନ କାହା ହାତକୁ ଗଲା ତାହା ସାମନାକୁ ଆସିବାରେ ଲାଗିଛି । ତେବେ ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ ନିର୍ବାଚନରେ ବହୁ ଭୋଟରେ ପରାସ୍ତ ହୋଇଛନ୍ତି । ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ ଅଞ୍ଜଳି ବେହେରା । ହେଲେ ବିଜେପି ଶିବରକୁ ଯିବା ପରେ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ ବି ପରାଜୟର ସାମନା କରିଛନ୍ତି ।

ହିନ୍ଦୋଳ ବ୍ଲକର ଗିରିଧାରୀ ପ୍ରସାଦ ପଞ୍ଚାୟତରୁ ସମିତ ସଭ୍ୟ ପ୍ରାର୍ଥୀ ଭାବେ ସେ ପ୍ରତିଦ୍ୱନ୍ଦିତା କରୁଥିଲେ । ଯେଉଁ ଆସନ ସଂରକ୍ଷିତ ରହିଥିଲା । କୁହାଯାଉଛି ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଆଶାୟୀ ଥିଲେ ଅଞ୍ଜଳି ବେହେରା । ହେଲେ ତାଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଅଞ୍ଜଳି ବେହେରା ହିନ୍ଦୋଳ ଆସନରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ବିଧାୟିକ ଥିଲେ । ସେ ନବୀନ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.