ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସୈନ୍ୟ ଶିବିର ଉପରେ ଋଷର ବଡ଼ ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ

0

ୟୁକ୍ରେନ-ଋଷ ମଧ୍ୟରେ ଆଜି ଯୁଦ୍ଧର ଷଷ୍ଠ ଦିନ । ଦୁଇ ଦେଶ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନର ୭୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଓଖର୍ଟିକାରେ ଅବସ୍ଥିତ ମିଲିଟ୍ରି ବେସକୁ ଟାର୍ଗେଟ କରାଯାଇଥିଲା । ଓଖର୍ଟିକା ସହର ଖାର୍କିଭ ଓ କିବ୍ ମଧ୍ୟରେ ଅବସ୍ଥିତ । ଋଷ ସେନା ୟୁକ୍ରେନ ରାଜଧାନୀ କିବ୍ ଉପରେ ଘନ ଘନ ଆକ୍ରମଣ କରୁଥିବା ବେଳେ ଖାର୍କିଭରେ ବି ସଂଘର୍ଷ ଜାରି ରହିଛି । ଋଷ ସେନା ଦ୍ରୁତ ଗତିରେ କିବ୍ ଅଭିମୁଖେ ବଢୁଛନ୍ତି । ରକେଡ ମାଡ଼ ଓ ମିସାଇଲ ମାଡ଼ ଯୋଗୁଁ ଲୋକେ ପ୍ରାଣ ବିକଳରେ ସହର ଛାଡିବାକୁ ଦୌଡୁଛନ୍ତି । ତେବେ ୟୁକ୍ରେନ ଉପରେ ଆକାଶମାର୍ଗରୁ ଘନ ଘନ ଆକ୍ରମଣ ଭିତରେ ସ୍ଥଳଭାଗରେ ମଧ୍ୟ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ କରିସାରିଛି ଋଷିଆ । ଏହାକୁ ପ୍ରମାଣ କଲା ଭଳି ଏକ ଚିତ୍ର ଆମେରିକା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି । କିଭଳି ବହୁ ପରିମାଣର ଋଷିଆ ସେନା ୟୁକ୍ରେନରେ ପ୍ରବେଶ କରିସାରିଛନ୍ତି ତାହା ଦେଖିବାକୁ ମିଳିଛି ।

ଆମେରିକା କମ୍ପାନୀ ମାସ୍କ ପକ୍ଷରୁ ଜାରି ହୋଇଥିବା ଏହି ଫଟୋରୁ ଜଣାପଡୁଛି ପ୍ରାୟ ୬୪ କିଲୋମିଟର ଧରି ଲମ୍ବି ରହିଛି ଋଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ ,ଗୋଳବାରୁଦ, ଓ ଯୁଦ୍ଧାସ୍ତ୍ର ଧରି ଆଗକୁ ବଢିଚାଲିଛି ଋଷିଆ । ତେବେ ଯୁଦ୍ଧକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ବସିଛି । ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି, ଯୁଦ୍ଧ ଯୋଗୁଁ ଉଭୟ ଦେଶର ବ୍ୟାପକ କ୍ଷତି ହୋଇଛି । ଋଷିଆର ଅନେକ ସୈନ୍ୟ ପ୍ରାଣ ହରାଇଛନ୍ତି । ତେଣ ଯୁଦ୍ଧ ବନ୍ଦ ହେବା ଦରକାର । ପୁଟିନ ସେନା ଅସ୍ତ୍ରବିରତି ପ୍ରତ୍ୟାହାର କରିବା ଦରକାର । ଋଷ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବା ସହ ରକେଟ ମାଡ଼ କରୁଛି । ତେଣ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି ।

Leave A Reply

Your email address will not be published.