ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଜୁନ୍‌ରେ କୋଭିଡର ଚତୃର୍ଥ ଲହର!

0

ଦେଶରେ କରୋନାର ତୃତୀୟ ଲହର କମିଆସୁଥିବା ବେଳେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଶ୍ୱସ୍ତି ଭିତରେ ପୁଣି ଆସିଛି ଭୟର ଖବର । ଖୁବ ଶୀଘ୍ର ଆସିପାରେ କରୋନାର ଚତୃର୍ଥ ଲହର । ଆଇଆଇଟି କାନପୁରର ଗବେଷକଙ୍କ ଅଧ୍ୟୟନରୁ ଜଣାପଡିଛି, ଜୁନ ମାସ ସୁଦ୍ଧା ଦେଶରେ କୋଭିଡର ଚତୃର୍ଥ ଲହର ଆସିପାରେ । ଏବଂ ଅଗଷ୍ଟ ତୃତୀୟ କିମ୍ବା ଚତୃର୍ଥ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ । ଏଭଳି ରିପୋର୍ଟ ପରେ ଏବେ ପୁଣି ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ, ଚତୃର୍ଥ ଲହର ଚାରି ମାସ ଧରି ରହିବ ଏବଂ ଅଗଷ୍ଟ ଶେଷରେ ଏହା ପିକ୍‌ରେ ରହିବ । କୋଭିଡ ସଂକ୍ରମଣର ଦୈନିକ ସଂକ୍ରମଣକୁ ନେଇ ତିଆରି ହୋଇଥିବା ପରିସଂଖ୍ୟାନକୁ ଦେଖି ଗାଣିତିଜ୍ଞ ମାନେ ଏପରି ଆକଳନ କରିଛନ୍ତି । ଆଉ ଏକ

ଅନୁସନ୍ଧାନରୁ ଜଣାପଡିଛି, କରୋନାର ଚତୃର୍ଥ ଲହରରେ ଏହା ଦୁଇ ପ୍ରକାର ଭ୍ୟାରିଆ ରେ ଆସିପାରେ । ତେବେ ଏହା ପୂର୍ବ ଭ୍ୟାରିଆଣ୍ଟ ଠୁ ଅଧିକ କି କମ୍ ମାରାତ୍ମକ ହେବ ସେ ନେଇ ଅନୁମାନ କରାଯାଇନାହିଁ । । କୋଭିଡ ଆରମ୍ଭ ହେବାର ୯୩୬ ଦିନ ପରେ ଚତୃର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.