ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟ
ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଥିବା ବେଦୈଶିକ ମନ୍ତ୍ରାଳୟ କହିଛି । ଖାରକିଭ୍ରେ ହୋଇଥିବା ଋଷ ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପରେ ବିଦେଶ ମନ୍ତ୍ରାଳୟ ଋଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି। ଖାରକିଭ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇଆଣିବାକୁ ପଦକ୍ଷେପ ନିଆଯାଉଛି । ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଉଥିବା ବେଳେ ଏବେ ବି ଅନେକ ଫସିରହିଛନ୍ତି । ଆଜି ସକାଳେ ଭାରତୀୟ ଦୂତବାସ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଡଭାଇଜରି ପରେ ଲାଗୁଥିଲା କିବ୍ରେ ସ୍ଥିତି ବିଗିଡିପାରେ ଆହୁରି ଖରାପ ହୋଇପାରେ। ଏହାରି ଭିତରେ ଏହି ଦୁଃଖଦ ଖବର ଆସିଛି ।
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି