ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଋଷ ଆକ୍ରମଣରେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟ
ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଥିବା ବେଦୈଶିକ ମନ୍ତ୍ରାଳୟ କହିଛି । ଖାରକିଭ୍‌ରେ ହୋଇଥିବା ଋଷ ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପରେ ବିଦେଶ ମନ୍ତ୍ରାଳୟ ଋଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି। ଖାରକିଭ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇଆଣିବାକୁ ପଦକ୍ଷେପ ନିଆଯାଉଛି । ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଉଥିବା ବେଳେ ଏବେ ବି ଅନେକ ଫସିରହିଛନ୍ତି । ଆଜି ସକାଳେ ଭାରତୀୟ ଦୂତବାସ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଡଭାଇଜରି ପରେ ଲାଗୁଥିଲା କିବ୍‌ରେ ସ୍ଥିତି ବିଗିଡିପାରେ ଆହୁରି ଖରାପ ହୋଇପାରେ। ଏହାରି ଭିତରେ ଏହି ଦୁଃଖଦ ଖବର ଆସିଛି ।

Leave A Reply

Your email address will not be published.