ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଉଦ୍ଧାର ମିଶନରେ କେନ୍ଦ୍ର ମନ୍ତ୍ରୀ, ୨୬ ବିମାନରେ ଫେରିବେ ଭାରତୀୟ

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଅନେକ ଭାରତୀୟ ଏବେ ବି ୟୁକ୍ରେନରେ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଉଦ୍ଧାର ମିଶନରେ ୪ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ ସୀମାନ୍ତ ରାଷ୍ଟ୍ରକୁ ଯାଇଛନ୍ତି । ରୋମାନିଆର ବୁଖାରୋଷ୍ଟ ଏୟାରପୋର୍ଟରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପହଞ୍ଚି ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି । ରୋମାନିଆରେ ରହୁଥିବା ଭାରତୀୟ ରାଷ୍ଟଦୂତଙ୍କ ସହ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ କଥା ହୋଇଛନ୍ତି।

ୟକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଏହି ଅପରେସନ ମାଧ୍ୟମରେ ଆଗାମୀ ୩ ଦିନ ମଧ୍ୟରେ ୨୬ଟି ବିମାନରେ ୟୁକ୍ରେନରୁ ଫେରିବେ ଭାରତୀୟ ।ରୋମାନିଆ,ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ୟୁକ୍ରେନର ଭାରତୀୟ ଦୂତବାସକୁ ଖାଲି କରାଯାଇଛି । କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେକୌଣସି ଉପାୟରେ ୟୁକ୍ରେନ ସୀମା ପର୍ଯ୍ୟନ୍ତ ଆସିବାକୁ କୁହାଯାଇଛି । ଏବେ ବି ୟୁକ୍ରେନରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ୱାର ଜୋନ୍ ତଥା ଯୁଦ୍ଧ ଅଞ୍ଚଳରେ ଫସି ରହିଥିବା ନେଇ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖାରକିଭ ଓ ସୁମୀରେ ଫସିରହିଛନ୍ତି । ସେପଟେ ୟୁକ୍ରେନରେ ମୃତ ଭାରତୀୟ ଛାତ୍ରଙ୍କ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି ଖାଦ୍ୟ ଆଣିବାକୁ ଯାଉଥିବା ବେଳେ ଋଷର ରକେଟ ମାଡ଼ରେ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.