ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ମୋଦୀ -ପୁଟିନ ଆଲୋଚନା

0

ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁଦ୍ଧ ସମୟରେ ଏହା ପୁଟିନ ଓ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବାର୍ତ୍ତା। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ମୋଦୀ ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଯୁଦ୍ଧ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଖାରକିଭରେ ଏବେ ବି ଅନେକ ଭାରତୀୟ ଛାତ୍ର ଫସିରହିଛନ୍ତି । ତେଣୁ ସେମାନଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେ ନେଇ ମୋଦୀ ବିସ୍ତୁତ ଭାବେ ପୁଟିନଙ୍କ ଆଲୋଚନା କରିଛନ୍ତି।

ଋଷ ଦାବି କରିଛି ଯେ, ସେ ଖାରକିଭକୁ କବଜା କରିନେଇଛି । ପୁଟିନ କହିଛନ୍ତି, ଋଷ ସେନା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବାକୁ ସବୁ ଜରୁରୀ ପଦକ୍ଷେପ ଉଠାଉଛନ୍ତି । ସେ ଏହା ବି କହିଛନ୍ତି ଯେ, ଭାରତୀୟ ଛାତ୍ରଙ୍କ ଏକ ଦଳକୁ ତୁରନ୍ତ ସେଠାରୁ ବାହାର କରି ସ୍ୱତନ୍ତ୍ର କରିଡର ଜରିଆରେ ଋଷ ନେବା ପାଇଁ ଉଦ୍ୟମ କରିବେ । ଯାହାଦ୍ୱାରା ସେମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଭାରତ ପଠାଯାଇପାରିବ। ପୁଟିନ ଓ ମୋଦୀଙ୍କ ମଧ୍ୟରେ ଆଲୋଚନାର ଠିକ ପରେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ୟୁକ୍ରେନ ସରକାର ଉପରେ ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଛି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ୟୁକ୍ରେନ ତରଫରୁ ଋଷ ଟ୍ୟାଙ୍କକୁ ରୋକିବାକୁ ପାଇଁ ଭାରତୀୟ ଛାତ୍ରଙ୍କ ବ୍ୟବହାର କରାଯାଉଛି । ତେବେ ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଏବେ ୧୭ ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ୟୁକ୍ରେନରେ ଫସିଥିବା ଅନ୍ୟ ଭାରତୀୟ ଛାତ୍ରଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ।

Leave A Reply

Your email address will not be published.