ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ମୋଦୀ -ପୁଟିନ ଆଲୋଚନା

0

ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁଦ୍ଧ ସମୟରେ ଏହା ପୁଟିନ ଓ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବାର୍ତ୍ତା। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ମୋଦୀ ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଯୁଦ୍ଧ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଖାରକିଭରେ ଏବେ ବି ଅନେକ ଭାରତୀୟ ଛାତ୍ର ଫସିରହିଛନ୍ତି । ତେଣୁ ସେମାନଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେ ନେଇ ମୋଦୀ ବିସ୍ତୁତ ଭାବେ ପୁଟିନଙ୍କ ଆଲୋଚନା କରିଛନ୍ତି।

ଋଷ ଦାବି କରିଛି ଯେ, ସେ ଖାରକିଭକୁ କବଜା କରିନେଇଛି । ପୁଟିନ କହିଛନ୍ତି, ଋଷ ସେନା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବାକୁ ସବୁ ଜରୁରୀ ପଦକ୍ଷେପ ଉଠାଉଛନ୍ତି । ସେ ଏହା ବି କହିଛନ୍ତି ଯେ, ଭାରତୀୟ ଛାତ୍ରଙ୍କ ଏକ ଦଳକୁ ତୁରନ୍ତ ସେଠାରୁ ବାହାର କରି ସ୍ୱତନ୍ତ୍ର କରିଡର ଜରିଆରେ ଋଷ ନେବା ପାଇଁ ଉଦ୍ୟମ କରିବେ । ଯାହାଦ୍ୱାରା ସେମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଭାରତ ପଠାଯାଇପାରିବ। ପୁଟିନ ଓ ମୋଦୀଙ୍କ ମଧ୍ୟରେ ଆଲୋଚନାର ଠିକ ପରେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ୟୁକ୍ରେନ ସରକାର ଉପରେ ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଛି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ୟୁକ୍ରେନ ତରଫରୁ ଋଷ ଟ୍ୟାଙ୍କକୁ ରୋକିବାକୁ ପାଇଁ ଭାରତୀୟ ଛାତ୍ରଙ୍କ ବ୍ୟବହାର କରାଯାଉଛି । ତେବେ ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଏବେ ୧୭ ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ୟୁକ୍ରେନରେ ଫସିଥିବା ଅନ୍ୟ ଭାରତୀୟ ଛାତ୍ରଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ।

Leave A Reply

Your email address will not be published.