ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ଯୋଗୀଙ୍କ ଭାଗ୍ୟ ପରୀକ୍ଷା

0

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୦ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୦ ଜିଲ୍ଲାର ୫୭ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୧୪ ଲକ୍ଷ ଭୋଟର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମନ୍ତ୍ରୀ, ବାହୁବଳୀ ନେତା ଓ ସମାଜବାଦୀ ପାର୍ଟିର ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର।

ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନ ମଧ୍ୟରୁ ଗୋରଖପୁର ମଧ୍ୟ ରହିଛି। ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ କୌଣସି ବିଧାନସଭା ନିର୍ବାଚନରେ ଲଢୁଛନ୍ତି। ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଥିଲା। ଏହା ତାଙ୍କ ଗଡ଼ ଭାବେ ପରିଚିତ। ସେହିପରି କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁ,ସମାଜବାଦୀ ପାର୍ଟିର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭାଗ୍ୟ ଭୋଟ ଦେଇ ନିର୍ଦ୍ଧାରଣ କରିବେ ଜନତା। ଆଜି ଉତ୍ତରପ୍ରଦେଶର ଗୋରଖପୁର, ଆମ୍ବେଦକରନଗର, ବଳରାମପୁର, ବସ୍ତି,ଦେଓରିଆ, କୁଶିନଗର, ମହାରାଜଗଞ୍ଜ, ବଲିଆ,ସେଂଟ କବିର ନଗର, ସିଦ୍ଧାର୍ଥ ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଛି ।ଏବେ ସୁଦ୍ଧା ଉତ୍ତରପ୍ରଦେଶ ବିଧାନସଭା ୪୦୩ ଆସନରୁ ୨୯୨ଟିରେ ଭୋଟିଂ ଶେଷ ହୋଇଛି । ଏବେ ସମସ୍ତଙ୍କ ଫୋକସ ପୂର୍ବାଞ୍ଚଳ ଉପରେ ରହିଛି।

Leave A Reply

Your email address will not be published.