ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ଯୋଗୀଙ୍କ ଭାଗ୍ୟ ପରୀକ୍ଷା

0

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୦ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୦ ଜିଲ୍ଲାର ୫୭ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୧୪ ଲକ୍ଷ ଭୋଟର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମନ୍ତ୍ରୀ, ବାହୁବଳୀ ନେତା ଓ ସମାଜବାଦୀ ପାର୍ଟିର ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର।

ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନ ମଧ୍ୟରୁ ଗୋରଖପୁର ମଧ୍ୟ ରହିଛି। ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ କୌଣସି ବିଧାନସଭା ନିର୍ବାଚନରେ ଲଢୁଛନ୍ତି। ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଥିଲା। ଏହା ତାଙ୍କ ଗଡ଼ ଭାବେ ପରିଚିତ। ସେହିପରି କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁ,ସମାଜବାଦୀ ପାର୍ଟିର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭାଗ୍ୟ ଭୋଟ ଦେଇ ନିର୍ଦ୍ଧାରଣ କରିବେ ଜନତା। ଆଜି ଉତ୍ତରପ୍ରଦେଶର ଗୋରଖପୁର, ଆମ୍ବେଦକରନଗର, ବଳରାମପୁର, ବସ୍ତି,ଦେଓରିଆ, କୁଶିନଗର, ମହାରାଜଗଞ୍ଜ, ବଲିଆ,ସେଂଟ କବିର ନଗର, ସିଦ୍ଧାର୍ଥ ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଛି ।ଏବେ ସୁଦ୍ଧା ଉତ୍ତରପ୍ରଦେଶ ବିଧାନସଭା ୪୦୩ ଆସନରୁ ୨୯୨ଟିରେ ଭୋଟିଂ ଶେଷ ହୋଇଛି । ଏବେ ସମସ୍ତଙ୍କ ଫୋକସ ପୂର୍ବାଞ୍ଚଳ ଉପରେ ରହିଛି।

Leave A Reply

Your email address will not be published.