ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଖାରକିଭ୍‌ରେ ଋଷର ବଡ଼ ଧରଣର ଆକ୍ରମଣ, ମାଟିରେ ମିଶିଲା ସ୍କୁଲ,ଚର୍ଚ୍ଚ

0

ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଋଷ ଘନ ଘନ ମିସାଇଲ ମାଡ଼ କରୁଛି । ୟୁକ୍ରେନର ଅକ୍ଟିର୍କା ଓ ଖାରକିଭରେ ଋଷର ଆକ୍ରମଣ ହେତୁ ବଡ଼ ଧରଣର କ୍ଷତି ହୋଇଛି । ୟୁକ୍ରେନ ଦାବି କରିଛି ଯେ, ଆକ୍ରମଣରେ ଖାରକିଭର ତିନୋଟି ସ୍କୁଲ ଓ ଚର୍ଚ୍ଚ ଧ୍ୱଂସ ହୋଇଯାଇଛି । ଅକ୍ଟିର୍କାରେ ଋଷର
ବୋମାମାଡ଼ରେ ପ୍ରାୟ ୧୦ ହଜାର କୋଠା ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନର ଖାରକିଭ ଓ ମାରିୟୁପୋଲ ସହର ଉପରେ ଋଷ ବଡ ଧରଣର ଆକ୍ରମଣ କରିଛି ।

ଏହା ସହିତ ଋଷ ସେନା ଖୋରସନକୁ କବଜା କରିନେଇଛନ୍ତି । କିଭ୍ ଆଡକୁ ଋଷ ସେନା ଅଗ୍ରସର ହେଉଥିବା ବେଳେ ୟୁକ୍ରେନ ତରଫରୁ ତାଙ୍କୁ ଅଟକାଯାଉଥିବା ଦାବି କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ କରିଛନ୍ତି ଋଷ ସେନା । କିଭର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବିସ୍ଫୋରଣ କରାଯାଇଛି । ଆଜିର ଆକ୍ରମଣ ପୂର୍ବରୁ କିଭ୍‌ର ଆଲର୍ଟ ଜାରି କରାଯାଇଛି । ଋଷର ଫାଇଟର ଜେଟ ଟାର୍ଗେଟରେ ରହିଛି ୧୫ ସହର । ଏହି ସବୁ ସହରରେ ଆକାଶ ମାର୍ଗରୁ ଆକ୍ରମଣ କରୁଛି ଋଷ ।

Leave A Reply

Your email address will not be published.