ପ୍ରମୁଖ ଖବର

ଚିଲ ନେଇଗଲା ଶ୍ରୀମନ୍ଦିର ପତିତପାବନ ବାନା
ହନୁମାନ ଜୟନ୍ତୀରେ ମୁତୟନ ହେବେ ୨୦୦ ପ୍ଲାଟୁନ୍‌ ଫୋର୍ସ, ଜଗିବ ଡ୍ରୋନ
ରାମ ମନ୍ଦିର ପାଖରୁ ଦୃଷ୍ଟିବାଧିତ ମା’ଠାରୁ ଶିଶୁ ପୁତ୍ରକୁ ଝାମ୍ପି ନେଲେ ଦୁର୍ବୃତ୍ତ
ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ
ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଥମୁନି ପଶ୍ଚିମବଙ୍ଗ ୱାକଫ୍ ହିଂସା: ଗଲାଣି ୩ ଜୀବନ
ମାର୍ଚ୍ଚ ୩୧ ସୁଧା ୯.୧୯ କୋଟି ଲୋକ ଦାଖଲ କରିଛନ୍ତି ଆଇଟିଆର ରିଟର୍ଣ୍ଣ
୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ବିଧାୟକଙ୍କ ବର୍ବରକାଣ୍ଡର ପ୍ରତିବାଦ: ବିଜେପି କରୁଛି ସତ୍ୟାଗ୍ରହ

0

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡାଇବା ଘଟଣାରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେପି । ସମସ୍ତ ସହରାଞ୍ଚଳଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମନାରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଭୁବନେଶ୍ୱର ସାଙ୍ଗଠାନିକ ଜିଲ୍ଲା ବିଜେପି ପକ୍ଷରୁ ଏଡିଏମ ଅଫିସ ଆଗରେ ପ୍ରତିବାଦ କରାଯାଉଛିା

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କାହିଁକି ଏଯାଏଁ ଦଳରୁ ନିଲମ୍ବନ କରାଯାଇନି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ଜଗଦ୍ଦେବଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ପ୍ରହସନ ପାଲଟିଛି । ଜଗଦ୍ଦେବଙ୍କ ପାଇଁ ଦେଶରେ ଓଡିଶାର ଛବି ମଳିନ ହୋଇଛି । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ସଙ୍ଗୀନ ଅଭିଯୋଗ ରହିଛି । ଶାସକ ଦଳ ବିଜେଡି ଗୁଣ୍ଡାରାଜ ଚଳାଇଛି । ନିର୍ବାଚନ ବେଳେ ଆହୁରି ହିଂସ୍ର ହୋଇଯାଉଛି ବୋଲି ବିଜେପି ଅଭିଯୋଗ କରିଛି । କେବେଳ ନାମକୁ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ବିଜେପି କହିଛି ।

ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ହସ୍ପିଟାଲରେ ଅଛନ୍ତି । ସେ ସୁସ୍ଥ ହେବା ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ବିଜେପି ଏହାକୁ ନେଇ ଅଯଥା ରାଜନୀତି କରୁଛି ବୋଲି ସେ କହିଛନ୍ତି । ଗତ ଶନିବାର ଦିନ ଖୋର୍ଦ୍ଧା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ ଗାଡି ନେଇଯିବା ସମୟରେ ଲୋକେ ତାଙ୍କୁ ଅଟକାଇଥିଲେ । କିନ୍ତୁ ସେ ନଶୁଣିବାରୁ ଯୁକ୍ତିତର୍କ ହୋଇଥିଲା । ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହା ପରେ ଜଗଦ୍ଦେବଙ୍କୁ ଲୋକମାନେ ମାଡ ମାରି ଲହୁଲୁହାଣ କରିଦେଇଥିଲେ ।

Leave A Reply

Your email address will not be published.