ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବିଧାୟକଙ୍କ ବର୍ବରକାଣ୍ଡର ପ୍ରତିବାଦ: ବିଜେପି କରୁଛି ସତ୍ୟାଗ୍ରହ

0

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡାଇବା ଘଟଣାରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେପି । ସମସ୍ତ ସହରାଞ୍ଚଳଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମନାରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଭୁବନେଶ୍ୱର ସାଙ୍ଗଠାନିକ ଜିଲ୍ଲା ବିଜେପି ପକ୍ଷରୁ ଏଡିଏମ ଅଫିସ ଆଗରେ ପ୍ରତିବାଦ କରାଯାଉଛିା

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କାହିଁକି ଏଯାଏଁ ଦଳରୁ ନିଲମ୍ବନ କରାଯାଇନି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ଜଗଦ୍ଦେବଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ପ୍ରହସନ ପାଲଟିଛି । ଜଗଦ୍ଦେବଙ୍କ ପାଇଁ ଦେଶରେ ଓଡିଶାର ଛବି ମଳିନ ହୋଇଛି । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ସଙ୍ଗୀନ ଅଭିଯୋଗ ରହିଛି । ଶାସକ ଦଳ ବିଜେଡି ଗୁଣ୍ଡାରାଜ ଚଳାଇଛି । ନିର୍ବାଚନ ବେଳେ ଆହୁରି ହିଂସ୍ର ହୋଇଯାଉଛି ବୋଲି ବିଜେପି ଅଭିଯୋଗ କରିଛି । କେବେଳ ନାମକୁ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ବିଜେପି କହିଛି ।

ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ହସ୍ପିଟାଲରେ ଅଛନ୍ତି । ସେ ସୁସ୍ଥ ହେବା ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ବିଜେପି ଏହାକୁ ନେଇ ଅଯଥା ରାଜନୀତି କରୁଛି ବୋଲି ସେ କହିଛନ୍ତି । ଗତ ଶନିବାର ଦିନ ଖୋର୍ଦ୍ଧା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ ଗାଡି ନେଇଯିବା ସମୟରେ ଲୋକେ ତାଙ୍କୁ ଅଟକାଇଥିଲେ । କିନ୍ତୁ ସେ ନଶୁଣିବାରୁ ଯୁକ୍ତିତର୍କ ହୋଇଥିଲା । ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହା ପରେ ଜଗଦ୍ଦେବଙ୍କୁ ଲୋକମାନେ ମାଡ ମାରି ଲହୁଲୁହାଣ କରିଦେଇଥିଲେ ।

Leave A Reply

Your email address will not be published.