ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଚୀନରେ କରୋନା ଭାଙ୍ଗିଲା ସବୁ ରେକର୍ଡ, ୫ କୋଟି ଲୋକ ଘରେ ବନ୍ଦୀ

0

ଚୀନରେ କରୋନା ପୁଣି କାୟା ମେଲାଇବା ଆରମ୍ଭ କରିଛି । ଧୀରେ ଧୀରେ ସ୍ଥିତି ସଙ୍ଗୀନ ହେଉଛି । ଗତ ୨୪ ଘଂଟାରେ ଚୀନରେ ୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ୫ ହଜାର ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଚୀନ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ-୧୯ ଆରମ୍ଭ ହେବା ଦିନରୁ ଗୋଟିଏ ଦିନରେ ଚିହ୍ନଟ ଏହା ହେଉଛି ସର୍ବାଧିକ ମାମଲା ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନରେ କଟକଣା କଡାକଡି କରାଯାଇଛି । ଚୀନର ୧୦ ସହରରେ ଲକଡାଉନ ଘୋଷଣା କରାଯାଇଛିା କରୋନାର ଏହି ଲହରରେ ଚୀନର ଜିଲିନ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ୫ କୋଟିରୁ ଅଧିକ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି ।ସବୁଠୁ ଅଧିକ ୨ କୋଟି ୪୦ ଲକ୍ଷ ଲୋକ ଜିଲିନ ପ୍ରଦେଶର । ଏହା ସହ ଶେନଜନରେ କୋଟିଏ ୭୫ ଳକ୍ଷ ଲୋକ ଓ ଡେଙ୍ଗୁଆନରେ ୧ କୋଟି ଲୋକ ଲକଡାଉନରେ ଅଛନ୍ତି । ଚୀନର ଏବେ ଯାଏଁ ବହୁତ ଲହର ଆସି ସାରିଛି । କିନ୍ତୁ ଫେବୃଆରୀ ୨୦୨୦ ପରେ କେବେ ଏତେ ମାମଲା ଗୋଟିଏ ଦିନରେ ଚିହ୍ନଟ ହୋଇନଥିଲା । ତେବେ ଏହି ଲହରରେ ଏଯାଏ କାହାର ଜୀବନ ଯାଇଥିବା ଖବର ମିଳିନାହିଁ ।

Leave A Reply

Your email address will not be published.