ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

‘ଦୁର୍ଘଟଣାବଶତଃ ମିଜାଇଲ ମାଡ଼ ହୋଇଛି, ଉଚ୍ଚସ୍ତରୀୟ ତଦନ୍ତ ହେବ’

0

ଭାରତର ମିଜାଇଲ ପାକିସ୍ତାନରେ ପଡିବା ଘଟଣାରେ ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ କହିଛନ୍ତି, ଦୁର୍ଘଟଣାବଶତଃ ଏହି ମିଜାଇଲ ପାକିସ୍ତାନରେ ପଡିଥିଲା । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ତେବେ ଏହା ଅଜାଣତରେ ଘଟିଛି ବୋଲି ସେ କହିଛନ୍ତି । ରାଜ୍ୟସଭାରେ ବିବୃତ୍ତି ରଖି ରାଜନାଥ ସିଂହ କହିଛନ୍ତି,ମାର୍ଚ୍ଚ ୯, ୨୦୨୨ ସନ୍ଧ୍ୟା ୭ଟା ବେଳେ ମିଜାଇଲ ୟୁନିଟର ରୁଟିନ୍ ମେେଣ୍ଟନାନ୍ସ ବେଳେ ଭୁଲବଶତଃ ଏହି ମିଜାଇଲ ଛଡା ହୋଇଥିଲା । ପରେ ଏହି ମିଜାଇଲ ପାକିସ୍ତାନରେ ମାଡ଼ ହେବା କଥା ଜାଣିବାକୁ ପାଇଲୁ । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ । ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜନାଥ । ଯାଞ୍ଚ ପରେ କାହିଁକି ଏଭଳି ଘଟିଲା ତାର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

ଗତ ୯ ତାରିଖରେ ହରିୟାଣାର ସିର୍ସାରୁ ଏକ ମିଜାଇଲ ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ମିଆନ ଚାନ୍ନୁ ସହରରେ ମାଡ଼ ହୋଇଥିଲା । । ତେବେ ଭୁଲବଶତଃ ଏପରି ହୋଇଥିବା ବେଳେ ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ରାଲିରେ କହିଥିଲେ, ଆମେ ବି ଚାହିଁଲେ ଭାରତକୁ ଜବାବ ଦେଇପାରିବୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ ।

Leave A Reply

Your email address will not be published.